ଜଟଣୀ: ଜଟଣୀ ପୌରାଞ୍ଚଳରେ ଗତ କିଛି ଦିନ ହେଲା ପାଇପ୍ ଜଳଯୋଗାଣରେ ସମସ୍ୟା ଦେଖାଦେଇଛି। ପାଣି ନ ଆସିବାକୁ ନେଇ ବାସିନ୍ଦାମାନେ ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଗତ ଅଗଷ୍ଟ ୭ରେ ଅଞ୍ଚଳରେ ଲଗାତାର ପାଣି ସମସ୍ୟାକୁ କେନ୍ଦ୍ରକରି ଅଞ୍ଚଳବାସୀ ୱାଟ୍କୋ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିଲେ। ୱାଟ୍କୋ ଅଧିକାରୀ ପହଞ୍ଚି ଗୋଟିଏ ଦିନ ଭିତରେ ସପ୍ଲାଏ ପାଣି ସ୍ୱାଭାବିକ ଆସିବାର ଲିଖିତ ପ୍ରତିଶ୍ରୁତି ପରେ ଅଫିସ୍ କାର୍ଯ୍ୟାଳୟ ତାଲା ଫିଟାଇଥିଲେ। ହେଲେ ଘଟଣାକୁ ଆଜି ୩ଦିନ ବିତିଯାଇଥିଲେ ମଧ୍ୟ ସପ୍ଲାଏ ପାଣି ନେଇ ଥିବା ସମସ୍ୟା ସମାଧାନ ହୋଇପାରିଲା ନାହିଁ। ପୂର୍ବଭଳି ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ବିଭାଗ ପକ୍ଷରୁ ୱାର୍ଡ ୱାର୍ଡ ବୁଲି ପାଣି ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ହୋଇଥିଲା। ବିଶେଷ କରି ଷଣ୍ଢପୁର, ପାଇକରାପୁର ସମେତ ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ପାଣି ଦିଆଯାଇଥିବା ଦେଖିବାକୁ ମିଳିଛି। ସୂଚନାଥାଉକି, ୬ଦିନ ତଳେ ପାଣି ଆସୁଥିବା ମୁଖ୍ୟ ସ୍ଥାନରୁ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଡିଜି ଲଗାଇ ପାଣି ସପ୍ଲାଏ ହେଉଥିଲେ ହେଁ ଓଭର୍ଲୋଡ୍ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଖୁବ୍ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ୱାଟ୍କୋ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ସାମନ୍ତରାୟ କହିଥିଲେ। ହେଲେ ଘଟଣା ଆଜିକୁ ୬ଦିନ ବିତିଯାଇଥିଲେ ମଧ୍ୟ ସମାଧାନ ହୋଇପାରିଲା ନାହିଁ।
ପାଇପ୍ ଜଳ ଯୋଗାଣରେ ସମସ୍ୟା
ଜଟଣୀ ପୌରାଞ୍ଚଳରେ ଗତ କିଛି ଦିନ ହେଲା ପାଇପ୍ ଜଳଯୋଗାଣରେ ସମସ୍ୟା ଦେଖାଦେଇଛି। ପାଣି ନ ଆସିବାକୁ ନେଇ ବାସିନ୍ଦାମାନେ ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/media_files/2025/08/11/untitled-4-2025-08-11-06-18-26.jpg)