ଭୁବନେଶ୍ବର: ହକି ବିଶ୍ଵକପକୁ ସ୍ବାଗତ ଜଣାଇ ଏକ ଶୋଭାଯାତ୍ରା କରିଛନ୍ତି ଅଟୋ ମାଲିକ ସଂଘ। ଆଚାର୍ଯ୍ୟବିହାର ଠାରୁ ବାଣୀବିହାର, ରେଲୱେ ଷ୍ଟେସନ ଦେଇ ରାଜମହଲ,ରାମମନ୍ଦିର, କଳିଙ୍ଗ ଷ୍ଟାଡିୟମରୁ ଜୟଦେବବିହାର ଯାଏ ରାଲି କରାଯିବ। କେଉଁ ଭଳି ଖେଳ ଦେଖିବାକୁ ବାହାରୁ ଆସିବାକୁ ଥିବା ପର୍ଯ୍ୟଟକ ଓ ଗ୍ରାହକମାନଙ୍କ ସହ ଭଲ ବ୍ୟବହାର ଦେଖାଇବେ। ଆଉ ଠକି ଅଧିକ ପଇସା ନେବେ ନାହିଁ ଓ ଅଟୋ ଷ୍ଟାଣ୍ଡକୁ କିପରି ସୁନ୍ଦର ରଖାଯାଇ ପାରିବ ସେଥି ପ୍ରତି ସତର୍କ ରହିବେ।

Advertisment

ଓଡ଼ିଶା ଦ୍ୱିତୀୟ ଥର ପାଇଁ ପୁରୁଷ ବିଶ୍ୱକପ୍ ହକି ଆୟୋଜନ କରୁଛି । ଖେଳର ପରଂପରା ଅନୁସାରେ, ପ୍ରତିଯୋଗିତା ପୂର୍ବରୁ ଏହି ଟ୍ରଫି ଆୟୋଜକ ରାଜ୍ୟର ବିଭିନ୍ନ ସ୍ଥାନ ପରିଭ୍ରମଣ କରେ । ଏହି କ୍ରମରେ ଆଜି ବିଶ୍ୱକପ୍ ହକି ଟ୍ରଫି ସୋମବାର ଖୋର୍ଦ୍ଧାରେ ପହଂଚିଥିଲା । ଖୋର୍ଦ୍ଧାରେ ପାରଂପରିକ ପାଇକ ନୃତ୍ୟ, ବାନାଟି ଖେଳ ସହ ଟ୍ରଫିକୁ ସ୍ୱାଗତ କରାଯାଇଥିଲା ।

ସୂଚନାଯୋଗ୍ୟ, ହକି ବିଶ୍ବକପ୍‌-୨୦୨୩ର ସମସ୍ତ ମ୍ୟାଚ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବ। ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍‌ରେ ୨ ଜଣ ଖେଳାଳି (ଅମିତ ରୋହିଦାସ ଓ ନିଲମ ଖେସ୍‌ ) ଅଛନ୍ତି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।