ଓଡ଼ିଶା ଷ୍ଟେଟ୍‌ ପ୍ରଡକ୍ଟିଭିଟି କାଉନସିଲ୍‌ ପକ୍ଷରୁ ଉତ୍ପାଦିକତା ଦିବସ

ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍‌ ପ୍ରଡକ୍ଟିଭିଟି କାଉନସିଲ୍‌ ଆନୁକୂଲ୍ୟରେ ‘ଉତ୍ପାଦିକତା ଦିବସ’ ଗତ ମାର୍ଚ୍ଚ ୨୩ ତାରିଖ ଦିନ ହୋଟେଲ ନ୍ୟୁ ମାରିୟନ୍‌ରେ ଅନୁଷ୍ଠିତ ହୋଇଯାଇଛି। କାଉନସିଲ୍‌ର ସଭାପତି ଅବସର ବେଉରିଆ ଏଥିରେ ଯୋଗଦେଇ ମହାମାରୀ ଓ ଯୁଦ୍ଧ ଯୋଗୁଁ ବିପର୍ଯ୍ୟୟ ବିଶ୍ବ ଅର୍ଥନୀତି ଓ ସାମାଜିକ ଅସ୍ଥିରତା ସମ୍ବନ୍ଧ‌ରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି କରି ଆତ୍ମନିର୍ଭର ଭାରତ ଗଢ଼ିବାକୁ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ସଂପାଦକ ଦେବବ୍ରତ ପାଣିଗ୍ରାହୀ ‘ଉତ୍ପାଦକତା ସପ୍ତାହ’ରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକର ବିବରଣୀ ଉପସ୍ଥାପନା କରିଥିଲେ। ଉତ୍ପାଦକ ଦିବସର ଉପାଦେୟତା ଓ ଉତ୍ପାଦନଶୀଳତା ଦ୍ବାରା ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ। ବିଶେଷ ଅତିଥି ନାଲ୍‌କୋ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର ଓ ନ୍ୟାସନାଲ ପ୍ରଡକ୍ଟିଭିଟି କାଉନସିଲ୍‌ର ଓଡ଼ିଶା ଶାଖାର ନିର୍ଦ୍ଦେଶକ ସର୍ବାନନ ବିଷୟବସ୍ତୁର ସବିଶେଷ ବିଶ୍ଲେଷଣ କରି ଉତ୍ପାଦିକତା ସାମର୍ଥ୍ୟର ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ଡାଇଭରସିଟି ବୋର୍ଡର ଚେୟାରମ୍ୟାନ୍‌ ରାଜିଭ୍‌ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ନାଲ୍‌କୋ, ବେଦାନ୍ତ, ଟାଟା ଷ୍ଟିଲ୍‌, ଇଫ୍‌କୋ, ଜିନ୍ଦଲ ଷ୍ଟିଲ୍‌, କୋକାକୋଲା, ଓଏମ୍‌ସି ଆଦିଙ୍କୁ ଉତ୍ପାଦକ ବୃଦ୍ଧି ପାଇଁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର