ପ୍ରଫେସର ବିଶ୍ବଜିତ୍‌ଙ୍କୁ ‘ବିକେ ପରିଜା ସ୍ମାରକୀ ସ୍ବର୍ଣ୍ଣପଦକ’

ଭୁବନେଶ୍ବର: ପ୍ରାଣକୃଷ୍ଣ ପରିଜା କମ୍ୟୁନିଟି ଓଡ଼ିଶା ଚାପ୍‌ଟର ପକ୍ଷରୁ କେଏମ୍‌ବିବି କଲେଜ ଅଫ୍ ଇଂଜିନିୟରିଂ ଆଣ୍ଡ ‌ଟେକ୍‌ନୋଲୋଜିର ପଦାର୍ଥ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ବିଶ୍ବଜିତ୍‌ ପ୍ରଧାନଙ୍କୁ ୨୦୧୯ ମସିହା ପାଇଁ ‘ବିକେ ପରିଜା ସ୍ମାରକୀ ସ୍ବର୍ଣ୍ଣପଦକ’ରେ ସମ୍ମାନିତ କରାଯାଇଛି। ପ୍ରଫେସର ପ୍ରଧାନ ବିଜ୍ଞାନ ଶିକ୍ଷାର ପ୍ରଚାର ମାଧ୍ୟମରେ ସମାଜରୁ ଅନ୍ଧବିଶ୍ବାସଜନିତ ଲିଙ୍ଗ ବିଭେଦତା ସମସ୍ୟାକୁ ଉଚ୍ଛେଦ କରିବା ସହ ବିଜ୍ଞାନକୁ ଲୋକପ୍ରିୟ କରିବା ଉଦ୍ୟମ ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହାଛଡ଼ା ପୂର୍ବରୁ ସେ ପ୍ରଥମ ଓଡ଼ିଆ ଯୁବକ ଭାବେ ଭାରତ ଗୌରବ ସମ୍ମାନ ପାଇସାରିଛନ୍ତି।

ସମ୍ବନ୍ଧିତ ଖବର