ଚନ୍ଦ୍ରଶେଖରପୁର: ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦୀପକ କୁମାର ବେହେରା କିସ୍ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ଯୋଗ ଦେଇଛନ୍ତି। ଆଜି ସେ ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀମାନଙ୍କ ଉପସ୍ଥିତିରେ ଆଜି ପ୍ରଫେସର ବେହେରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ସେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିଲେ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସେ ପ୍ରଥମ କୁଳପତି ଥିଲେ। କାଲିଫିର୍ଣ୍ଣିଆ ଷ୍ଟେଟ୍ ୟୁନିଭର୍ସିଟିରେ ଫୁଲ୍ବ୍ରାଇଟ୍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ବ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ସେ ୧୨୦ରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ୍ରେ ପ୍ରକାଶ କରିଛନ୍ତି। ସେ ଦୁଇ ଥର ବିଶ୍ବ ନୃତତ୍ବ ସଂଘ (ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଅଫ୍ ଆନ୍ଥ୍ରୋପୋଲୋଜିକାଲ୍ ଆଣ୍ଡ ଇଥନୋଲୋଜିକାଲ୍ ସାଇନ୍ସେସ୍, ଆଇୟୁଏଇଏସ)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜନ କରିଛନ୍ତି।
ପ୍ରଫେସର ଦୀପକ ବେହେରା କିସ୍ ବିଶ୍ବବିଦ୍ୟାଳୟର ନୂତନ କୁଳପତି
/sambad/media/post_attachments/wp-content/uploads/2021/03/456456ga4g654da56g4a56g46adgadgdga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)