ସ୍ବାଧୀନତା ଦିବସ ପାଳନ ଅବସରରେ ‘ମାତୃଭୂମିକୁ ପ୍ରଣାମ’

ଭୁବନେଶ୍ବର: ୭୩ ତମ ସ୍ବାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାତୃଭାଷା ପ୍ରତି ପ୍ରୀତି ବଢ଼ାଇବା ଉଦ୍ଦେଶ୍ୟରେ ‘ପାନାସିଆ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ‘ମାତୃଭୂମିକୁ ପ୍ରଣାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ବିଶ୍ବରଞ୍ଜନ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଗତ ୧୧ ତାରିଖରେ ‘ମାତୃଭୂମିକୁ ପ୍ରଣାମ’ ଶୀର୍ଷକ ଚିତ୍ରାଙ୍କନ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଚମକ ଚାନ୍ଦିନୀ ଦାଶ ଓ ସୌମ୍ୟପ୍ରିୟଦର୍ଶୀ ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଟ୍ରଷ୍ଟର ସଦସ୍ୟ ଲିଙ୍ଗରାଜ ମହାନ୍ତି, ରଶ୍ମିରଞ୍ଜନ କର, କେଦାରନାଥ ରାଉତ, ଅଜିତ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ପଣ୍ଡା, ରୀନା ମିଶ୍ର, ସ୍ମିତା ଦାସ ଓ ଅନୁସ୍ମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦିକା ସସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର