ଭୁବନେଶ୍ବର : ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଫକୀରମୋହନ ଫାଉଣ୍ଡେସନ୍ ଓ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଫକୀରମୋହନ ‘ଜୀବନ ଓ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ଫକୀର ମୋହନ ଓ ପ୍ରେମଚାନ୍ଦଙ୍କୁ ତୁଳନା କରିବା ସହିତ ଫକୀରମୋହନଙ୍କୁ ଭାରତୀୟ ସାହିତ୍ୟର କଥାସମ୍ରାଟ ଭାବେ ମର୍ଯ୍ୟଦା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସମ୍ମାନିତ ଅତିଥି ମନିକା ଦାସ ଫକୀର ମୋହନ ସାହିତ୍ୟରେ ନାରୀବାଦ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ କ୍ଷୀରୋଦ ଚନ୍ଦ୍ର ବେହେରା ଆଲୋଚନାର ଆଭିମୁଖ୍ୟ ସଂପର୍କରେ ମତ ରଖିଥିଲେ। ଉପାଧ୍ୟକ୍ଷ ଇନ୍ଦୁ ଭୂଷଣ ମହାନ୍ତି ଫକୀର ମୋହନ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରେମାନନ୍ଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିରୁପମା ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ନିୟନ୍ତ୍ରିତ ଅତିଥିମାନେ ଯୋଗ ଦେଇଥିଲେ।
ଫକୀର ମୋହନ ଭାରତୀୟ ସାହିତ୍ୟର ଶ୍ରେଷ୍ଠ ଔପନ୍ୟାସିକ
/sambad/media/post_attachments/wp-content/uploads/2019/02/bjb-college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)