ୟେ ଶାମ ତିରଙ୍ଗା ହୈ…

ଭୁବନେଶ୍ବର : ପୁଲିସ୍‌ ପବ୍ଲିକ୍‌ ପ୍ରେସ୍‌ ପକ୍ଷରୁ ଇଣ୍ଡିଆ ୱାନ୍‌ ଟିଭିର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି ଦେଶାତ୍ମବୋଧକ ସଂଗୀତର କାର୍ଯ୍ୟକ୍ରମ ‘ୟେ ଶାମ୍‌ ତିରଙ୍ଗା ହୈ’। ଏହି ଅବସରରେ ଦିଲ୍‌ ଦିୟା ହୈ ଜାନ୍‌ ଭି ଦୁଙ୍ଗା.. ଓ ଅନ୍ୟ କାଳଜୟୀ ଦେଶାତ୍ମବୋଧକ ସଂଗୀତରେ ଝଙ୍କୃତ ହୋଇଥିଲା ‌ପ୍ରେକ୍ଷାଳୟ। ଶିଳ୍ପୀ ଇତିଶ୍ରୀ ‌ଦୀକ୍ଷିତ, ଜୟଶ୍ରୀ ଧଳ ଓ ନିବେଦିତା ଲୋକପ୍ରିୟ ଗୀତଗୁଡ଼ିକୁ କଣ୍ଠରେ ପରସି ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ ଜଣ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ମୁକୁଟ ଜିତିଥିବା ୧୦ ପ୍ରତିଭାଙ୍କୁ ନେଇ ଆୟୋଜିତ ଫ୍ୟାସନ୍‌ ସୋ’ ଆକର୍ଷଣ ସାଜିଥିଲା। ସନ୍ଧ୍ୟାରେ ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ପୱନ ଭୁତ୍‌, ମୁକେଶ ଗୋଏଙ୍କା, ନମ୍ରତା ଚଢ଼ା, ରୋଟାରିଆନ୍‌ ଅଜୟ ଅଗ୍ରୱାଲ୍‌, ସଂଜୟ ମହାକୁଡ଼ ଓ ଏଲ୍‌.ଏନ୍‌ ଅଗ୍ରୱାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଇତିଶ୍ରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର