୨୧ରେ ମାତୃଭାଷାର ବ୍ୟବହାର ଓ ସୁରକ୍ଷା କର୍ମଶାଳା

ଭୁବନେଶ୍ବର : ‘ସଂଭାବନା’ପକ୍ଷରୁ ଆୟୋଜିତ ହେଉଥିବା ‘ବିଶ୍ବ ମାତୃଭାଷା ଦିବସ ସପ୍ତାହ’ ଅବସରରେ ଆସନ୍ତା ୨୧ ତାରିଖ ଅପରାହ୍‌ଣ ୩ଟାରେ ଏକ କର୍ମଶାଳା ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକ, ସାମ୍ବାଦିକତାର ଛାତ୍ରଛାତ୍ରୀ, ସ୍ତମ୍ଭକାର ଓ ମାତୃଭାଷା ପାଇଁ ସମ୍ବେଦନଶୀଳ ବୁଦ୍ଧିଜୀବୀଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହେବ। ମାତୃଭାଷାରେ ସମ୍ବାଦ ପରିବେଷଣ ସମୟରେ ବିକୃତ ଓ ଅଣ ଓଡ଼ିଆ ସମ୍ବାଦ ପ୍ରୟୋଗ ପ୍ରତି ସଚେତନ ହେବା ସହ ମାତୃଭାଷାର ସୁରକ୍ଷା ଓ ସଚେତନତା ପାଇଁ ଗଣମାଧ୍ୟମର ଦାୟିତ୍ବ ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବାକୁ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ସମ୍ପାଦକ ଦେବପ୍ରସାଦ ପରିଜା ଏବଂ ସଂଯୋଜକ ରାମଚଣ୍ଡୀ ପ୍ରସାଦ ରଣସିଂହ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର