ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ‘ରାଗ ମହ୍ଲାର’ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ, ଅନୁଷ୍ଠାନର ସଭାପତି ଅରବିନ୍ଦ ବେହେରା, ପୂର୍ବତନ ସଭାପତି ଡି.କେ ରାୟ ଓ ସଂପାଦକ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କୋଲକାତାର ଶିଳ୍ପୀ ପ୍ରସେନଜିତ ଚକ୍ରବର୍ତ୍ତୀ ମିୟା ମହ୍ଲାର ଓ ବନାରସୀ ଘରାନାର ବିଭିନ୍ନ ରାଗ ପରିବେଷଣ କରିଥିଲେ। ପରେ ସେ ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ତାବଲାରେ ତାପସ ପଲ୍ ଏବଂ ହାରମୋନିୟମରେ ଆକାଶ ରଞ୍ଜୀବ ବିଶ୍ୱାଳ ସହଯୋଗ କରିଥିଲେ। ମେଘାଚ୍ଛନ୍ନ ଆକାଶ ସାଙ୍ଗକୁ ଶୀତୁଆ ସଂଧ୍ୟା ଦୀର୍ଘ ସମୟ ଧରି ଉପସ୍ଥିତ ଶ୍ରୋତାମାନଙ୍କୁ ତାଙ୍କ ସଙ୍ଗୀତରେ ବାନ୍ଧି ରଖିିଥିଲା।
ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ‘ରାଗ ମହ୍ଲାର’
/sambad/media/post_attachments/wp-content/uploads/2018/07/m47.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)