ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୋବେଲ ପୁରସ୍କାର ବିଜେତା ତଥା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ନେଲ୍ସନ୍ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତୃତୀୟ ବର୍ଷର ଛାତ୍ରୀ ଇପ୍ସିତା ସାହୁ, ସମିତା ଜେନା ଓ ପ୍ରଜ୍ଞା ପାରମିତା ନିଜସ୍ୱ ପ୍ରବନ୍ଧ ଜରିଆରେ ମାଣ୍ଡେଲାଙ୍କ ଜୀବନ, ଦର୍ଶନ, ଅବଦାନ ଓ ମହାତ୍ମାଗାନ୍ଧୀଙ୍କ ସହ ସମ୍ପର୍କ ନେଇ ଆଲୋକପାତ କରିଥିଲେ। ସେହିପରି ପ୍ରଧ୍ୟାପକ ସୁଧୀର ଜେନା ଓ ଅଭିରାମ ବିଶ୍ୱାଳ ମାଣ୍ଡେଲାଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧ୍ୟାପକ ଜ୍ଞାନରଞ୍ଜନ ମହାନ୍ତି ଏବଂ ପ୍ରଧ୍ୟାପିକା ଶୁଭଶ୍ରୀ ମିଶ୍ର ଓ ସୁନ୍ଦନା ହୋତା କାର୍ଯ୍ୟକ୍ରମ କରିଚାଳନା କରିଥିଲେ। ଶୁଭମ୍ ଡାକୁଆ ସାରାଂଶ ଉପସ୍ଥାପନ କରିଥିଲେ। ଏହି ଆଲୋଚନାସଭାରେ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ବିଜେବି କଲେଜରେ ନେଲ୍ସନ୍ ମାଣ୍ଡେଲାଙ୍କ ଉପରେ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/07/bjb-college-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)