ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ବର : ବିଶିଷ୍ଟ ଲେଖକ ତଥା ‘ସର୍ବସାଧାରଣ’ର ସମ୍ପାଦକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ପ୍ରାୟ ଏକ ମାସରୁ ଅଧିକ ଦିନ ହେଲା ସେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସୂଚନାନୁସାରେ, ଡ. ପରିଚ୍ଛା ପଟ୍ଟନାୟକ କିଛିଦିନ ତଳେ ମସ୍ତିଷ୍କାଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁନଥିବାରୁ ତାଙ୍କୁ ଅନ୍ୟତ୍ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି। ତାଙ୍କର ଦୁଇପୁଅ ଆମେରିକାରେ ଅବସ୍ଥାପିତ ଥିବା ବେଳେ ସେ ତାଙ୍କ ପତ୍ନୀଙ୍କ ସହ ଭୁବନେଶ୍ୱରରେ ରୁହନ୍ତି।

ସମ୍ବନ୍ଧିତ ଖବର