ଭୁବନେଶ୍ବର: ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୨ରେ ସର୍ବଭାରତୀୟ ସ୍ତରରେ ୬୭ତମ ସ୍ଥାନ ହାସଲ କରିଥିବା କସ୍ତୁରୀ ପଣ୍ଡାଙ୍କୁ ଆଜି ଜୟଦେବ ବିହାର ସ୍ଥିତ ବାଜିରାଓ ଆଇଏଏସ୍ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏକାଡେମିର ସିଇଓ ଶୁଭ୍ରାଂଶୁ ଶେଖର ଓଝା ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ନିଜ ଅଭିଜ୍ଞତାକୁ ବାଣ୍ଟିଥିଲେ।
ନିଷ୍ଠା, ନିରନ୍ତର ଉଦ୍ୟମ ଓ ପାଠପଢ଼ା ପ୍ରତି ସମର୍ପଣ ଭାବ ସଫଳତାର ମୂଳମନ୍ତ୍ର ବୋଲି ସେ କହିଛନ୍ତି। ପୁସ୍ତକ ବ୍ୟତୀତ ବିଭିନ୍ନ ନୋଟ୍, ଉତ୍ତର ଲେଖିବାର ଅଭ୍ୟାସ ଓ ସମ୍ବାଦପତ୍ର ତାଙ୍କ ପାଇଁ ବିଶେଷ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି। ଉଚିତ ମାର୍ଗଦର୍ଶନ, ଉପଯୋଗୀ ପାଠ୍ୟ ଉପରକଣର କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/67.jpg)