ସଞ୍ଜୟ ସିଂହଙ୍କୁ ପଦୋନ୍ନତି, ତୁଲାଇବେ ପୁରୁଣା ଦାୟିତ୍ବ

ଭୁବନେଶ୍ବର : ବିଏମ୍‌ସି କମିସନର ସଞ୍ଜୟ ସିଂହଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୪ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଏବେ ବିଏମ୍‌ସି କମିସନର ସହ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଭାବରେ ଅବସ୍ଥାପିତ ଅଛନ୍ତି। ଏବେ ପଦୋନ୍ନତି ପରେ ମଧ୍ୟ ସେ ସେହି ଦାୟିତ୍ବରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ତାଙ୍କର ପଦୋନ୍ନତି ସହ ବିଏମ୍‌ସି କମିସନର ପଦକୁ ମଧ୍ୟ ପ୍ରମୁଖ ଶାସନ ସଚିବ ପଦର ମାନ୍ୟତା ଦିଆଯାଇଛି।

ସମ୍ବନ୍ଧିତ ଖବର