ଭୁବନେଶ୍ବର: କଳିଙ୍ଗବିହାର କେ-୨ସ୍ଥିତ ହିମାବତୀ ହୋଟେଲ୍ ପ୍ୟାଲେସ୍ରେ ଆଜି ରାତି ପ୍ରାୟ ୮ଟାରେ ଚଢ଼ଉ କରି ଭରତପୁର ପୁଲିସ ୮ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଗ୍ରାହକଙ୍କୁ ଗିରଫ କରିଛି। ଗିରଫ ୨ ଗ୍ରାହକ ହେଉଛନ୍ତି, ଗଂଜାମ ହିଂଜିଳିକାଟୁର ସନ୍ତୋଷ ପ୍ରଧାନ(୨୯) ଓ ପୁରୀ ବାସେଳିସାହିର ପ୍ରମୋଦ କୁମାର ପୃଷ୍ଟି। ଏହି ହୋଟେଲରେ ଦେହବେପାର ଚାଲିଥିବା ଖବର ପାଇବା ପରେ ଆଜି ପୁଲିସ ଅଚାନକ ଚଢ଼ାଉ କରି ଦୁଇଜଣ ଗ୍ରାହକଙ୍କୁ ଅସଂଜତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାସହ ହୋଟେଲ୍ର ବିଭିନ୍ନ ରୁମ୍ରୁ ଅନେକ ଆପତ୍ତିଜନକ ସାମଗ୍ରୀ ଓ ଉତ୍ତେଜକ ଔଷଧ ଜବତ କରିଥିଲା। ତେବେ ପୁଲିସ ଚଢ଼ଉ କରୁଥିବା ଖବର ପାଇ ହୋଟେଲ୍ ମାଲିକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।
ହୋଟେଲରେ ଦେହ ବେପାର: ୮ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ଗ୍ରାହକ ଗିରଫ
/sambad/media/post_attachments/wp-content/uploads/2021/09/hhsfhsfhsf32h1sf65h465sf4h65sfhffhsfhs.jpg)