ଭୁବନେଶ୍ୱର : ସହିଦ ନଗର ମୌଜା ଅଧୀନରେ ଥିବା ସୈନିକ ସ୍କୁଲରେ ଜବରଦଖଲ ଉଚ୍ଛେଦ ସମୟରେ ଆଜି ଉଚ୍ଛେଦକାରୀ ଦଳକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଉଚ୍ଛେଦକାରୀ ଦଳକୁ ଅଧାରରୁ ଉଚ୍ଛେଧ ବନ୍ଦ କରିବାକୁ ପଡ଼ିଥିଲା। ମିଳିତ ଉଚ୍ଛେଦକାରୀ ଦଳ ଆଜି ସହିଦ ନଗର ମୌଜାରେ ଥିବା ସୈନିକ ସ୍କୁଲଠାରୁ ବାଣୀବିହାର ଗେଟ୍ ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲା। ବିଶେଷକରି ସୈନିକ ସ୍କୁଲର ଫୁଟପାଥ୍ରେ ବେଆଇନ ଭାବେ ଥିବା ଜବରଦଖଲକୁ ଆଜି ବୁଲଡୋଜର୍ ସହାୟତାରେ ହଟାଇ ଦିଆଯାଇଥିଲା। ଉଚ୍ଛେଦରେ ୧୫ଟି କ୍ୟାବିନ୍, ଓମ୍ଫେଡ ଓ ଓପଲଫେଡ୍ର ବେଆଇନ ଭାବେ ଆଗକୁ ବଢ଼ିଥିବା ସ୍ଥାନ, ୩ଟି ପଲିଥିନ୍ ଘେରା ଓ ୨ଟି ଆଜବେଷ୍ଟସ୍ ହୋଟେଲକୁ ଭାଙ୍ଗି ଦିଆଯାଇଥିଲା। ତେବେ ଉଚ୍ଛେଦ ସମୟରେ ପ୍ରବଳ ବିରୋଧ ଯୋଗୁଁ ଉଚ୍ଛେଦକାରୀ ଦଳ ଅଧାରୁ ଫେରି ଆସିଥିବା ଜଣାପଡ଼ିଛି। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍ସି ଓ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିରୋଧ ଯୋଗୁଁ ଅଧାରୁ ଫେରିଲା ଉଚ୍ଛେଦକାରୀ ଦଳ
/sambad/media/post_attachments/wp-content/uploads/2018/06/jabardakhal-uchhed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)