ଦିଲ୍ଲୀ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ

ଭୁବନେଶ୍ବର : ଦିଲ୍ଲୀର ୪୮ହଜାର ବସ୍ତିବାସିନ୍ଦାଙ୍କୁ ୩ମାସ ମଧ୍ୟରେ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ସେହିଭଳି ଫରିଦାବାଦରେ ୧୨୦୦ ପରିବାରକୁ ବଳପୂର୍ବକ ଉଚ୍ଛେଦ କରାଯାଇଛି। ଏହାକୁ ବିରୋଧ କରି ଆଜି ପୂର୍ବାହ୍ନ ୧୧ଟାରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ସର୍ବଭାରତୀୟ ବସ୍ତିବାସିନ୍ଦା ଓ ବାସଗୃହ ଅଧିକାର ଆନ୍ଦୋଳନର ସର୍ବଭାରତୀୟ ସମନ୍ବୟ ପକ୍ଷରୁ ଥାଳି ତାଳି ବାଡ଼େଇ ପ୍ରତିବାଦ କରାଯାଇଛି। ପ୍ରଥମେ ସାଲିଆସାହିର ନିରଙ୍କରୀନଗରରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଥାଳି ତାଳି ବାଡ଼େଇ ପ୍ରତିବାଦ କରାଯାଇଥିଲା। ପରେ ଜାତୀୟ ସମ୍ପାଦକ ଶିବରାମଙ୍କ ନେତୃତ୍ବରେ ମାଷ୍ଟରକ୍ୟାଣ୍ଟିନ ଛକରେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଦିଲ୍ଲୀ ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରତିବାଦ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ମାନବିକ ଅଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ, ବସ୍ତି ସୁରକ୍ଷା ମ଼ଞ୍ଚର ନେତ୍ରୀ ପ୍ରମିଳା, ସାଲିଆସାହିର ଆଞ୍ଚଳିକ କମିଟିର ନେତା ନାରାୟଣ ମଲ୍ଲିକ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍‌ର ନେତା ବିଚିତ୍ର କୁମାର ପାତ୍ର, କ୍ରାନ୍ତିକାରୀ ମହିଳା ସଂଗଠନର ନେତ୍ରୀ ସମାପ୍ତିକା ତ୍ରିପାଠୀ, ସିପିଆଇଏମ୍ଏଲ୍ ରେଡ୍ ଷ୍ଟାର ନେତା ରାଜେନ୍ଦ୍ର ପ୍ରସାଦ ବାରିକ, ମାନସ ପଟ୍ଟନାୟକ, ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର