ଭୁବନେଶ୍ୱର : ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଦାବି କରି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ଆବାହକ ମହମ୍ମଦ ମନଓ୍ଵର ଅଲ୍ଲୀଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସାହି ପ୍ରସାଦ ପଲାଇ, ମଧୁମିତା ସାମଲ, ପ୍ରଜ୍ଞା ଜେନା, ରୁମି, ସଂଘମିତ୍ରା ଜେନା, ମୋନିକା ମହାନ୍ତି, ଅମିତ ଜେନା, ବିଶ୍ୱଭୂଷଣ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯଶୋବନ୍ତ ଦାସ, ବଳରାମ ନାୟକ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।
ଦୁଷ୍କର୍ମକାରୀଙ୍କ ପାଇଁ ଦଣ୍ଡ କଠୋର ହେଉ
/sambad/media/post_attachments/wp-content/uploads/2018/04/hara-ss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)