ଭୁବନେଶ୍ୱର : ପୃଥିବୀର ସବୁଠାରୁ ବଡ଼ ଖୁଚୁରା ବ୍ୟବସାୟିକ ସଂସ୍ଥା ୱାଲମାର୍ଟ ଓ ଫ୍ଲିପ୍କାର୍ଟ କମ୍ପାନି ମଧ୍ୟରେ ଗତ ମେ ମାସ ୯ ତାରିଖରେ ହୋଇଥିବା ଚୁକ୍ତି ବାତିଲ୍ ଦାବି କରିଛି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି। ଏ ନେଇ ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ରେଳ ଷ୍ଟେସନ୍ରୁ ଏକ ଶୋଭାଯତ୍ରାରେ ବାହାରି ପିଏମ୍ଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦେଶର କ୍ଷୁଦ୍ର ବ୍ୟବସାୟୀ ଓ ସହର ବଜାର, ଗଳିକନ୍ଦିରେ ଛୋଟଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ୪କୋଟି ଲୋକଙ୍କର ସ୍ୱାର୍ଥରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏହି ଚୁକ୍ତି ବାତିଲ୍ରେ ହସ୍ତକ୍ଷେପ କରିବାକୁ ପାର୍ଟି ଦାବି କରିଛି। ଯଦି ସରକାର ଏହି ଚୁକ୍ତି ବାତିଲ୍ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତା’ହେଲେ ସମାଜବାଦୀ ପାର୍ଟି ଏହା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ବିକ୍ଷୋଭରେ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସମ୍ବିତ ଦାସ, ପ୍ରଦୀପ ମିଶ୍ର, ସଞ୍ଜୟ ନାୟକ, ଚାଷୀନେତା ବିଜୟ ବେହେରା, ସନ୍ତୋଷ ବଳବନ୍ତରାୟଙ୍କ ସମେତ ବହୁକର୍ମୀ ଉପସ୍ଥିତ ଥିଲେ।
ୱାଲମାର୍ଟ-ଫ୍ଲିପ୍କାର୍ଟ ଚୁକ୍ତି ବାତିଲ୍ ଦାବିରେ ବିକ୍ଷୋଭ
/sambad/media/post_attachments/wp-content/uploads/2018/07/pro.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)