ତିସ୍ତା ଶୀତଲଭଡ଼ଙ୍କ ଗିରଫ ବିରୋଧରେ ବିକ୍ଷୋଭ

ଭୁବନେଶ୍ବର: ମାନବାଧିକାର କର୍ମୀ ତିସ୍ତା ଶୀତଲଭଡ଼, ଗୁଜରାଟର ପୂର୍ବତନ ପୁଲିସ ମହାନିର୍ଦେଶକ ଭିକେ ଶ୍ରୀକୁମାର, ପୂର୍ବତନ ଆଇପିଏସ ସଞ୍ଜୀବ ଭଟ୍ଟଙ୍କୁ ବେଆଇନ ଗିରଫକୁ ବିରୋଧ କରି ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସିଟୁ,ଏସଏଫଆଇ, ଡିଓ୍ବାଇଏଫଆଇ, ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦୀପ୍ତ ନାୟକ, ମିନତି ପାଣିଗ୍ରାହୀ, ଯତୀନ ମହାନ୍ତି, ଶୁଭ୍ରାଂଶୁ ଉଦଗାତା , ପୂର୍ଣଚନ୍ଦ୍ର ପାଢୀ, ରମେଶ ଜେନା, ପ୍ରଭାତ ପାଣିଗ୍ରାହୀ, ସରୋଜ ନାୟକ, ବସନ୍ତ ସାହୁ, ବିମଳୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ଦେଶର ସମ୍ବିଧାନର ସୁରକ୍ଷା ପାଇଁ ଜନ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଉପରୋକ୍ତ ସଂଗଠନମାନଙ୍କ ତରଫରୁ ନେତାମାନେ ଆହ୍ୱାନ ଦେଇଛନ୍ତି।

ସମ୍ବନ୍ଧିତ ଖବର