ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟ ସରକାରକୁ ଦାୟୀ କରି ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଖୋର୍ଦ୍ଧାଜିଲ୍ଲା କମିଟି ତରଫରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମିତି ଅଭିଯୋଗ କରିଛି ଯେ ଗତ ୧୪ ମାସ ମଧ୍ୟରେ ଓଡ଼ିଶାରେ ମହିଳା ହିଂସା ବଢ଼ିବାରେ ଲାଗିଛି। ବାରିପଦାରୁ ବଳଙ୍ଗା ଓ ଛାତ୍ରୀ ଆବାସରେ ନାବାଳିକା ଗର୍ଭବତୀ ହେବା ଭଳି ଜଘନ୍ୟ ଘଟଣାମାନ ବିଜେପି ସରକାର ଅମଳରେ ଦେଖିବାକୁ ମିଳିଛି। ଏହି ସମୟରେ ପୁଣି ରାଜ୍ୟ ସରକାର ଆହୁରି ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ମହିଳା ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ପ୍ରତିବାଦ ସଭାରେ ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ମିନତି ପାଣିଗ୍ରାହୀ ଅଭିଯୋଗ କରିଥିଲେ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ତୁରନ୍ତ ସଜାଡ଼ିବା ସହିତ ମହିଳା ହିଂସା ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ସଙ୍ଗଠନର ଜିଲ୍ଲା ଉପସଭାନେତ୍ରୀ ବିମଳୀ ନାୟକ, ନୟନା ନାୟକ, ସୀମା ନାୟକ ପ୍ରମୁଖ ଦାବି କରିଛନ୍ତି।
ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିକ୍ଷୋଭ
ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟ ସରକାରକୁ ଦାୟୀ କରି ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଖୋର୍ଦ୍ଧା ଜିଲ୍ଲା କମିଟି ତରଫରୁ...
/sambad/media/media_files/2025/10/17/untitled-9-2025-10-17-07-42-35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)