ସରକାରୀ ଅନୁଦାନର ଅନ୍ତର୍ଭୁକ୍ତ କରିବାକୁ ଦାବି

ଭୁବନେଶ୍ବର: ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(ଯୁକ୍ତ ଓ ଯୁକ୍ତ୩) ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିଶାଳ ସମାବେଶ ହୋଇଥିଲା। ୪୮୮ ବର୍ଗ ସମେତ ୬୬୨ ଓ ନୂତନ ମହାବିଦ୍ୟାଳୟର ଦୁଇ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଶିକ୍ଷା ଅନଗ୍ରସର ଜିଲ୍ଲାରେ ୨୦୦୮ ଜୁନ୍‌ ୧ ପରେ ଓ ଶିକ୍ଷାଅନଗ୍ରସର ଜିଲ୍ଲାରେ ତଥା ମହିଳା ମହାବିଦ୍ୟାଳୟରେ ୨୦୧୦ ଜୁନ୍‌ ୧ରେ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ଦୀର୍ଘଦିନ ହେବ କମିଟି ଦ୍ବାରା ଦିଆଯାଉଥିବା ସ୍ବଳ୍ପବେତନରେ କାର୍ଯ୍ୟ କରୁଛନ୍ତି। ସରକାରୀ ଅନୁଦାନର ଅନ୍ତର୍ଭୁକ୍ତ କରିବା ପାଇଁ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉନି। ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ କରା ନ ଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ନବକିଶୋର ମିଶ୍ର, କାର୍ଯ୍ୟକାରୀ ସଭାପତି ଦୀପକ ସାହୁ, ସମ୍ପାଦକ ରମେଶ ବେହେରା ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର