ଫେଲୋସିପ୍‌ ଅର୍ଥବୃଦ୍ଧି ଦାବିରେ ଧାରଣା

ଚନ୍ଦ୍ରଶେଖରପୁର: ଫେଲୋସିପ୍‌ ଅର୍ଥ ବୃଦ୍ଧି ଦାବିରେ ରିସର୍ଚ୍ଚ ସ୍କଲାରମାନେ ଦିଲ୍ଲୀସ୍ଥିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଏହାକୁ ସମର୍ଥନ ଜଣାଇ ଭୁବନେଶ୍ବରସ୍ଥିତ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଭୁବନେଶ୍ବରରେ ଥିବା ଆଇଏମ୍‌ଏମ୍‌ଟି, ଆଇଓପି-ବି, ଆରଏମ୍‌ଆରସି, ଆଇଏଲ୍‌ଏସ୍‌ର ସ୍କଲାରମାନେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ସମ୍ମୁଖରେ ଏକତ୍ରିତ ହୋଇ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ସ୍କଲାରଙ୍କ କହିବାନୁଯାୟୀ ୨୦୧୮ ଏପ୍ରିଲଠାରୁ ଫେଲୋସିପ୍‌ରେ ୮୦ ପ୍ରତିଶତ ବୃଦ୍ଧି, ନିୟମିତ ଭାବେ ଫେଲୋସିପ୍‌ ପ୍ରଦାନ, ବାର୍ଷିକ ଫେଲୋସିପ୍‌ ବୃଦ୍ଧି ଦାବିରେ ଏହି ଆନ୍ଦୋଳନ କରାଯାଉଛି। ଗତ ମାସରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ‌‌ଡେକର ପ୍ରତିଶ୍ରୁତି ଦେଇଥିଲେ ଯେ ଡିସେମ୍ବର ୩୧ ସୁଦ୍ଧା ଫେଲୋସିପ୍‌ ଅର୍ଥ ବୃଦ୍ଧି ହେବ। କିନ୍ତୁ ଏ ନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ପ୍ରତିବାଦ କରାଯାଉଛି। ସୂଚନାଯୋଗ୍ୟ ଯେ ୨୦୧୪ରେ ପ୍ରତିବାଦ କରାଯିବା ପରେ ଫେଲୋସିପ୍‌ ଅର୍ଥ ବୃଦ୍ଧି କରାଯାଇଥିଲା। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତନ ହୋଇନି।

ସମ୍ବନ୍ଧିତ ଖବର