ଜଟଣୀ: ଜଟଣୀ ପୌରପାଳିକା ଅନ୍ତର୍ଗତ ରେଳବାଇ କଲୋନିରେ ଥିବା ୭ଟି ୱାର୍ଡର ଝୁମ୍ପୁଡ଼ି ବସ୍ତିବାସିନ୍ଦା ପରିବାରକୁ ଥଇଥାନ କରିବା ଦାବିରେ ଆଜି ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ବସ୍ତିବାସିନ୍ଦାaମାନେ ଖୋର୍ଦ୍ଧା ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ଅଧିକାରୀ ଚନ୍ଦ୍ରଭାନୁ ନାୟକ ଦୁଇ ମାସ ଭିତରେ ସେମାନଙ୍କୁ ଥଇଥାନ କରିବାକୁ ପ୍ରତଶ୍ରୁତି ଦେବା ପରେ ବସ୍ତିବାସିନ୍ଦାମାନେ ଧାରଣାରୁ ଉଠିଥିଲେ। ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଡିଭିଜନ ରେଳ ପ୍ରଶାସନ ପକ୍ଷରୁ ଏହି ସବୁ ବସ୍ତି ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା। ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି ଯେ ଏହି ୱାର୍ଡର ପ୍ରାୟ ୨ ହଜାର ପରିବାର ବସବାସ କରୁଥିବା ବେଳେ ସମସ୍ତେ ଜଟଣୀ ନିର୍ବାଚନ ମଣ୍ଡଳୀର ଭୋଟର ଅଟନ୍ତି। ତେଣୁ ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କୁ ପ୍ରଥମେ ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯିବା ପରେ ବସ୍ତି ଉଚ୍ଛେଦ କରାଯାଉ ବୋଲି ସେ ଦାବି କରିଛନ୍ତି। ଆଜିର ଧାରଣାରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ, ପ୍ରତିନିଧି ଏସ୍ ଏନ୍ ଅଲ୍ଲୀ, ସବିତା ବେହେରା, ଗୌରୀ ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ବସ୍ତିବାସିନ୍ଦାଙ୍କ ଥଇଥାନ ଦାବିରେ ଗଣଧାରଣା
/sambad/media/post_attachments/wp-content/uploads/2023/04/564dg65jgjgjgj.jpg)