ଭୁବନେଶ୍ବର: ଓଡ଼ିଆରେ ଓଡ଼ିଶାର ଶାସନ, ଖିଲାପକାରୀଙ୍କୁ ଦଣ୍ଡ ବିଧାନ ଦାବିରେ ଭାଷା ଆନ୍ଦୋଳନ ପକ୍ଷରୁ ୮୭୮ ଦିନର ଆନ୍ଦୋଳନ ପରେ ଗତ ସେେପ୍ଟମ୍ବର ମାସ ୧୯ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ଭାଷା ଆଇନ ସଂଶୋଧନ କରି ଦଣ୍ଡ ବିଧାନ ପାଇଁ ବିଧେୟକ ପାରିତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାଷା ଆନ୍ଦୋଳନର କଳାପତାକା ଅଭିଯାନକୁ ପରିସମାପ୍ତି ଘୋଷଣା କରାଯାଇଥିଲା। ଏବଂ ସରକାର ତୁରନ୍ତ ନିୟମାବଳୀ ପ୍ରଣୟନ କରି ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ସମସ୍ତ ଦ୍ବାର ଉନ୍ମୁକ୍ତ କରନ୍ତୁ ବୋଲି ଦାବି କରାଯାଇଥିଲା। ଏହି ଅଭିଯାନରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଧିତ କରାଯାଇଥିଲା। ଏହି ସଭାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଭଟନାଥ ମଙ୍ଗରାଜ ଓ ସୋମନାଥ ପାତ୍ର ଯୋଗ ଦେଇ ଭାଷା ଆନ୍ଦୋଳନ ସମ୍ବଧର୍ନା ସନନ୍ଦ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିଲେ। ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସରକାର ତୁରନ୍ତ ନିୟମାବଳୀ ପ୍ରଦାନ କରନ୍ତୁ ବୋଲି ଶ୍ରୀ ଶତପଥୀ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ଜାନକୀଶ ବଡ଼ପଣ୍ଡା, ନବ କିଶୋର ପ୍ରଧାନ, ଜୟ ପ୍ରକାଶ ମିଶ୍ର, ବଂଶୀଧର କର, ସାଗର ରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଭାଷା ଆନ୍ଦୋଳନର ସମ୍ବର୍ଧନା ସଭା
/sambad/media/post_attachments/wp-content/uploads/2019/01/Untitled-10-23.jpg)
/sambad/media/agency_attachments/2024-07-24t043029592z-sambad-original.webp)