ଭୁବନେଶ୍ୱର : ମହାନଦୀ ଜଳ ଉପରେ ଓଡ଼ିଶାର ହକ ଦାବିରେ ଆଜି ରାଜ୍ୟର ପ୍ରମୁଖ ୫ଟି ବାମପନ୍ଥୀ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍), ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଏବଂ ଫରୱାର୍ଡ ବ୍ଲକ୍ର ବାମପନ୍ଥୀ ଦଳର ଶତାଧିକ କର୍ମୀ ଧାରଣା ଦେବା ସହ ସେଠାରେ ସ୍ଳୋଗାନ୍ମାନ ଦେଇଥିଲେ। ମହାନଦୀ ଟ୍ରିବ୍ୟୁନାଲ ରାୟ ନଦେବା ପର୍ଯ୍ୟନ୍ତ ଛତିଶଗଡ଼ ସରକାର ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରନ୍ତୁ ଏବଂ ଓଡ଼ିଶା ପାଇଁ ମହାନଦୀକୁ ଜଳପ୍ରବାହ ଅତୁଟ ରହୁ ବୋଲି ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଏନେଇ ବାମପନ୍ଥୀ ଦଳମାନଙ୍କର ଏକ ୧୦ଜଣିଆ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧିଦଳରେ ଆଶିଷ୍ କାନୁନ୍ଗୋ, ସୌରୀବନ୍ଧୁ କର, ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ଧୁର୍ଜଟି ଦାସ, ସଦାଶିବ ଦାସ ଏବଂ ଜ୍ୟୋତି ରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ରାଜ୍ୟାପଳଙ୍କୁ ଭେଟିଥିଲେ । ସରକାର ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ, ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଗଣଧାରଣାରେ ବରିଷ୍ଠ ନେତା ଅଭୟ ସାହୁ, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ଏବଂ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ପରିଚାଳନା କରିଥିଲେ ।
ମହାନଦୀର ପାଇଁ ବାମପନ୍ଥୀ ଦଳଙ୍କ ଧାରଣା : ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର
/sambad/media/post_attachments/wp-content/uploads/2018/06/dharana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)