ଭତ୍ତା ବୃଦ୍ଧି ପାଇଁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ

ପୁରୁଣା ଭୁବନେଶ୍ୱର : ଅସହାୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ଭତ୍ତା ବୃଦ୍ଧି ପାଇଁ ସେବା ପ୍ରତିନିଧି ପକ୍ଷରୁ ଦାବି କରାଯାଇଛି। ଏନେଇ ସେବା ପ୍ରତିନିଧି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭତ୍ତାକୁ ବୃଦ୍ଧି କରି ୧୫ ଶହ ଟଙ୍କା କରିବା, ସ୍ୱାମୀ ପରିତ୍ୟକ୍ତା, ଭରଣପୋଷଣ ପାଉନଥିବା, ବିବାହ ହୋଇ ପାରୁନଥିବା ଝିଅମାନଙ୍କୁ ଏଥିରେ ସାମିଲ କରିବା, ବୃଦ୍ଧାବୃଦ୍ଧମାନଙ୍କ ଚିକିତ୍ସା ସୁବିଧା କରିବା ଓ ସେମାନଙ୍କୁ ଲୁଗା ଚାଦର ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ସେବା ପ୍ରତିନିଧିର ମୁଖ୍ୟ ସଂଯୋଜକ ନୀଳମଣି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ରଶ୍ମୀ ମହାପାତ୍ର, ଶିବାନନ୍ଦ ରାୟ, ବୈକୁଣ୍ଠ ଭୋଇ ଓ ଶତାଧିକ ଲୋକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର