ପୁରୁଣା ଭୁବନେଶ୍ବର: ହୋଲଡିଂ ଟିକସ ବୃଦ୍ଧି ପ୍ରତ୍ୟାହାର ଓ ବେଆଇନ ପାର୍କିଂ ଫି’ ଆଦାୟର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବିରେ ବିଏମ୍ସି କାର୍ଯ୍ୟାଳୟ ଆଗରେ ଆଜି ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମାଜବାଦୀ ପାର୍ଟି, ସିପିଏମ୍, ଫରୱାର୍ଡ ବ୍ଲକ୍ ଓ ସିପିଆଇ(ଏମ୍ଏଲ୍) ଲିବେରେସନ୍ ପକ୍ଷରୁ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ସେମାନେ କହିଥିଲେ ଯେ ରାଜଧାନୀବାସୀଙ୍କ ଉପରେ ହୋଲଡିଂ ଟିକସ ବୃଦ୍ଧି କରାଯିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ସମ୍ପୂର୍ଣ୍ଣ ଅଯୌକ୍ତିକ, ଅଗାଣତାନ୍ତ୍ରିକ ଓ ଜନବିରୋଧୀ। ବେଆଇନ ହୋଲଡିଂ ଟିକସ ବୃଦ୍ଧି ବନ୍ଦ କରିବା ଓ ବେଆଇନ ପାର୍କିଂ ଫି’ ଆଦାୟ ବନ୍ଦ କରିବା ପାଇଁ ସେମାନେ ଦାବି କରିଥିଲେ। ବିଏମ୍ସି ଅତିରିକ୍ତ କମିସନର୍ ସୁରଥ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସିପିଏମ୍ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ, ଫରୱାର୍ଡ ବ୍ଲକ୍ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଓ ସିପିଆଇ(ଏମ୍ଏଲ୍) ଲିବେରେସନ୍ ଶ୍ରମିକ ଶାଖା ସମ୍ପାଦକ ମହେନ୍ଦ୍ର ପରିଡ଼ା ପ୍ରମୁଖଙ୍କ ସମେତ ଶତାଧିକ ସଭ୍ୟ ସାମିଲ ଥିଲେ।
ହୋଲଡିଂ ଟିକସ ବୃଦ୍ଧି ପ୍ରତ୍ୟାହାର ଦାବି; ବିଏମ୍ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
/sambad/media/post_attachments/wp-content/uploads/2019/11/dgfasd5gf4asd89g789asdgd54g5d4g5dasg456ads4gd56asg4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)