ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ଅନ୍ତର୍ଗତ ଶବରସାହି ନିକଟରେ ଆଜି ବିଏମ୍ସିର ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଥିଲା। ସେଠାରେ ଥିବା ଆଖଣ୍ଡଳମଣି ମନ୍ଦିର ଓ ସ୍କୁଲ ପାଚେରି ଭଙ୍ଗା ଯିବାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ଏଥିସହ ବିଏମ୍ସି କାର୍ଯ୍ୟାଳୟ ଆଗେରେ ବିକ୍ଷୋଭ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିଏମ୍ସି ୱାର୍ଡ଼ ନଂ ୪୫ ଅନ୍ତର୍ଗତ ଶବରସାହିଠାରେ ବିଏମ୍ସି, ବିଡିଏ ଓ ପୁଲିସ ମିଳିତ ଏନ୍ଫୋର୍ସମେଣ୍ଟ୍ ଟିମ୍ ଉଚ୍ଛେଦ ଆରମ୍ଭ କରିଥିଲା। ସେଠାରେ ଭେଣ୍ଡିଂ ଜୋନ୍ ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଥିଲା। ତେବେ ସେଠାରେ ଅନେକ ଖାଲିସ୍ଥାନ ଥିବା ବେଳେ କାହିଁକି ଉଚ୍ଛେଦ କରାଯାଉଛି ବୋଲି କହି ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ। ଏ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଉଚ୍ଛେଦ ବନ୍ଦ ରହିଥିଲା। ଏସିପି ଓ ଅନ୍ୟ ପୁଲିସ ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ମୁରବି ପ୍ରଦ୍ୟୁମ୍ନ ଜେନା, ପ୍ରଶାନ୍ତ ନାୟକ, ପଦ୍ମାବତୀ ଜେନା ପ୍ରମୁଖ ବିଏମ୍ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବିଏମ୍ସି ମେୟର ଓ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ସ୍ଥାନୀୟ କର୍ପୋରେଟର ଅମରେଶ ଜେନାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ସେଠାରେ ଏକ ନେବରହୁଡ୍ ମାର୍କେଟ ପାଇଁ ପ୍ରସ୍ତାବ ରହିଛି। ଏଥିରେ ସ୍ଥାନୀୟ ଲୋକ ସହଯୋଗ କଲେ ସମସ୍ତେ ସେବା ପାଇବେ।
ଉଚ୍ଛେଦ ବେଳେ ଉତ୍ତେଜନା : ବିଏମ୍ସି ଆଗରେ ବିକ୍ଷୋଭ
/sambad/media/post_attachments/wp-content/uploads/2018/01/bmc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)