ମଦ ବିକ୍ରି ପ୍ରୋତ୍ସାହନକୁ ବିରୋଧ, ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ଅଧିକ ମଦ ବିକ୍ରି ପାଇଁ ସରକାର ମଦ ଦୋକାନୀଙ୍କୁ ପ୍ରୋତ୍ସାହନ ଦେବାକୁ ସ୍ଥିର କରିଛନ୍ତି। ଏହି ନିଷ୍ପତ୍ତିକୁ ଘୋର୍‌ ବିରୋଧ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ। ଆଜି ଅନୁଷ୍ଠାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଅଧିନିୟମକୁ ତୁରନ୍ତ ହଟାଇବା ପାଇଁ ‌ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ଇନ୍ଦୁମତୀ ସାହୁ, ପ୍ରୀତି ନାୟକ, କାଞ୍ଚନବାଳା ଯତି, ବନ୍ଦିତା ଦାସ, ଅପର୍ଣ୍ଣା ନାୟକ, ମଳୟ ତ୍ରିପାଠୀ, ରମାକାନ୍ତ ମଣ୍ଡଳ, କାହ୍ନୁଚରଣ ବେଉରା, ସତ୍ୟବ୍ରତ ପୃଷ୍ଟି, ଖଗେଶ୍ବର ବଳ, ଡା. ଅଦ୍ବୈତ ପାତ୍ର, ଅର୍ଜୁନ ସାମନ୍ତରାୟ, ରାମଶଙ୍କର ପ୍ରସାଦ, ପ୍ରିୟନାଥ ଆଚାର୍ଯ୍ୟ, ବିଜୟ ସ୍ବାଇଁ ପ୍ରମୁଖ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ମଦ୍ୟପାନ ଯୋଗୁଁ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କ ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ଅପରପକ୍ଷେ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ପାଳନ ହେଉଥିବା ବେଳେ ଏଭଳି ଏକ ପ୍ରୟାସ ଜାତିର ପିତାଙ୍କ ପ୍ରତି ଅପମାନ ବୋଲି ସେମାନେ କହିଥିଲେ। ତେଣୁ ଏହି ଅଧିନିୟମକୁ ହଟାଇବା ପାଇଁ ସେମାନେ ଦାବି କରିଥିଲେ। ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଟେକି ନେଇଥିଲା।

ସମ୍ବନ୍ଧିତ ଖବର