ଚନ୍ଦ୍ରଶେଖରପୁର: କେନ୍ଦ୍ର ସରକାରଙ୍କ ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିଭିନ୍ନ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନରେ ବିଜେଡି କର୍ମୀମାନେ ପେଟ୍ରାଲ୍ ପମ୍ପ ନିକଟରେ ପହଞ୍ଚି ସେଠାକୁ ତେଲ ପକାଇବା ପାଇଁ ଅସୁଥିବା ବାଇକ୍ ଓ କାର୍ ଚାଳକଙ୍କୁ ଲିଫ୍ଲେଟ୍ ବଣ୍ଟନ କରିଥିଲେ। ତେଲ ଦର ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ସୂଚନା ଦେଇଥିଲେ। ତେଲ ଦର ବୃଦ୍ଧି ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ନିବେଦନ କରୁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନି। ବରଂ ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ୨୦୧୪ରେ ପେଟ୍ରୋଲ ଲିଟର ପିଛା ୬୦ ଟଙ୍କା ଭିତରେ ଥିବା ବେଳେ ଏବେ ତାହା ୮୦ ଟପିଲାଣି। ତୈଳ କମ୍ପାନିଗୁଡ଼ିକ ମନମୁଖୀ ଭାବେ ଦର ବୃଦ୍ଧି କରୁଥିବାରୁ ସାଧାରଣ ଖାଉଟି ଏହାର ଶିକାର ହେଉଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଡମଣା, କାନନବିହାର, ମ୍ୟାଗନେଟ୍ ଛକ, ଶିଖରଚଣ୍ଡି, ରଘୁନାଥପୁର, ନନ୍ଦନକାନନ, ରସୁଲଗଡ଼ ଅଞ୍ଚଳରେ ଥିବା ପେଟ୍ରୋଲ୍ ପମ୍ପଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଖୋର୍ଧା ଜିଲ୍ଲା ବିଜେଡି ଉପସଭାପତି ସୁବାସ ପାତ୍ର, ଯୁବନେତା ପ୍ରସନ୍ନ ସାହୁ ପ୍ରମୁଖ ବିଭିନ୍ନ ସ୍ଥାନରେ ବିକ୍ଷୋଭର ନେତୃତ୍ୱ ନେଇଥିଲେ।
ପେଟ୍ରୋଲ୍ ପମ୍ପ ଆଗରେ ବିଜେଡିର ବିକ୍ଷୋଭ
ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ
/sambad/media/post_attachments/wp-content/uploads/2018/09/bjd-strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)