ଦଲିଲ ଲେଖକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ

ପୁରୁଣା ଭୁବନେଶ୍ୱର : ଜମିଜମା ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌କୁ ବିରୋଧ କରି ଦଲିଲ ଲେଖକ ସଂଘ ପକ୍ଷରୁ ଆଜି ଦିନିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା। ସଂଘର ସଭ୍ୟମାନେ ଭୁବନେଶ୍ବର ଓ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଥିଲେ। ସେମାନେ ଦାବି କରିଥିଲେ ଯେ, ରାଜ୍ୟ ସରକାର ଜମିଜମା ରେଜିଷ୍ଟ୍ରସନ୍‌କୁ ଅନ୍‌ଲାଇନ୍‌ କରିବାକୁ ଯାଉଛନ୍ତି। ଏହା ଦ୍ବାରା ରାଜ୍ୟରେ ଶତାଧିକ ଦଲିଲ ଲେଖକମାନେ ରୋଜଗାର ହରାଇବେ। ଏହାର ପୁନର୍ବିଚାର କରିବାକୁ ସେମାନେ ଦାବି କରିଥିଲେ। ଧାରଣା ଫଳରେ ଆଜି କୌଣସି ପଞ୍ଜୀକରଣ କାମ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର