ବାଲିପାଟଣା : ଆଜି ସ୍ଥାନୀୟ ସୋମଣା ପଞ୍ଚାୟତ ପାଳସାହି ଗ୍ରାମବାସୀ ବନ୍ୟା ରିଲିଫ୍ ଦାବି କରି ବାଲିପାଟଣା ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ। ତହସିଲଦାର ସୁନିତା ଜେନା ଦାବିପତ୍ର ଗ୍ରହଣ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପାଳସାହି ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ପାଖାପାଖି ସାତଦିନ ପର୍ଯ୍ୟନ୍ତ ବନ୍ୟା ପାଣି ଘେରରେ ଥିଲେ। ସରକାରୀ ଅଧିକାରୀ ଉକ୍ତ ଗାଁକୁ ବୁଲି ଦେଖିଥିଲେ। ହେଲେ ସେମାନଙ୍କୁ ରିଲିଫ ମିଳିନାହିଁ। ଗାଁର ଶତାଧିକ କୃଷି ଶ୍ରମିକ ଓ ଅନ୍ୟାନ୍ୟ ଗରିବ ମୂଲିଆ ଶ୍ରେଣୀ ଲୋକେମାନେ ଏବେ ବଡ଼ ହୀନସ୍ତା ହେଉଛନ୍ତି। ଧାନ ବିଲ ନଷ୍ଟ ହୋଇ ଯାଇଥିବାରୁ କୃଷି ଶ୍ରମିକମାନେ କାମ ପାଉନାହାନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ରିଲିଫ୍ ଜରୁରି। କିନ୍ତୁ ପ୍ରଶାସନ ସବୁ ଦେଖି ଏବେ ନ ଦେଖିବାର ଅଭିନୟ କରୁଛି। ଲକ୍ଷ୍ମଣ ପାଳ, ଗୌରୀଶଙ୍କର ପାଳ, କାଳନ୍ଦୀ ପାଳ, ଭରତ ପାଳ, କେଶବ ପାଳ, ବୁଦ୍ଧିଆ ପାଳ ଏବଂ ବିଷ୍ଣୁ ପାଳ ପ୍ରମୁଖ ଧାରଣାର ନେତୃତ୍ବ ନେଇଥିଲେ।
ରିଲିଫ୍ ପାଇଁ ତହସିଲ କାର୍ଯ୍ୟାଳୟରେ ଧାରଣା
/sambad/media/post_attachments/wp-content/uploads/2020/09/Balipatana-relief.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)