ଶୌଚାଳୟ ନିର୍ମାଣ ଦାବିରେ ବିଏମ୍‌ସି ଅଫିସ ଘେରାଉ

ଭୁବନେଶ୍ୱର : ରସୁଲଗଡ଼ ପଳାଶୁଣି ଛକରେ ଏକ ଶୌଚାଳୟ ନିର୍ମାଣ ଦାବିରେ ଗୁରୁବାର ଦିନ ସମାଜସେବୀ ନାରାୟଣ ପୃଷ୍ଟି ଓ ଅଞ୍ଜେଲ ଗ୍ରୁପ ତରଫରୁ ଧାରଣା ଦିଆଯାଇଛି। ଭୁବନେଶ୍ୱରକୁ ଆସୁଥିବା ବସ୍ ପ୍ରଥମେ ପଳାଶୁଣି ଛକ ନିକଟରେ ରହିଥାଏ। ଏହାସହ ଛକ ଅଞ୍ଚଳରେ ବହୁ ମାର୍କେଟ କମ୍ପ୍ଲେକ୍ସ ରହିଥିବା ବେଳେ ସପ୍ତାହକୁ ଦୁଇଥର ହାଟ ମଧ୍ୟ ବସିଥାଏ। ଶୌଚାଳୟ ନଥିବାରୁ ବହୁ ଲୋକ ହଇରାଣ ହେଉ ଥିବା ଶ୍ରୀ ପୃଷ୍ଟି ଅଭିଯୋଗ କରିଛନ୍ତି। ତେଣୁ ଏହି ଅଞ୍ଚଳରେ ଏକ ଶୌଚାଳୟ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। କିନ୍ତୁ କେହି କର୍ଣ୍ଣପାତ ନ କରିବା ଫଳରେ ଆଜି ବିଏମ୍‌ସି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ବୋଲି ସେ କହିଛନ୍ତି। ଆଜିର ଏହି ଧାରଣାରେ ଟୁନା ସାହୁ, ଭାବଗ୍ରହୀ, ଗଉରା ପରିଡ଼ା, ଡୁଡୁଲି, କ୍ରିଷ୍ଣା ପ୍ରଧାନ, କାର୍ତ୍ତିକ ଲେଙ୍କା, ପାପୁନ, ଲୁଲା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର