ଘରେ ପଶି ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ : ରାତି ଅଧରେ ଡିସିପି ଅଫିସ ଆଗରେ ଧାରଣା

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍‌ ଛକ କେନାଲ ନିକଟରେ ୪୦ରୁ ଊର୍ଧ୍ୱ ଯୁବକ ଘରେ ପଶି ଏକ ଦମ୍ପତିକୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଯୁବକମାନେ ସ୍ୱାମୀଙ୍କୁ ଗୁରୁତର ଭାବେ ମାଡ଼ ମାରଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଚୁଟି ଘୋଷାଡ଼ି ଅସଦାଚରଣ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ନିର୍ଯାତିତ ଦମ୍ପତି ନିଜ ଝିଅ ସହିତ ଆଜି ମଧ୍ୟରାତ୍ରିରେ ଡିସିପି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି।

ସୂଚନା ଅନୁଯାୟୀ ଗ୍ୟାରେଜ୍‌ ଛକ କେନାଲ ନିକଟରେ ରହୁଥିବା ବାଦଲ ମିଶ୍ର ଓ ତାଙ୍କ ସ୍ତ୍ରୀ ରୋଜିନା ମିଶ୍ର ନ ଘରେ ଥିବା ବେଳେ ୪୦ରୁ ଉର୍ଧ୍ୱ ଯୁବକ ମାରଣାସ୍ତ୍ର ଧରି ତାଙ୍କ ଘରେ ପଶି ବାଦଲଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାଦଲଙ୍କ ଅଖିରୁ ରକ୍ତ ବାହାରିବାରୁ ପତ୍ନୀ ରୋଜିନା ଏହାର ପ୍ରତିବାଦ କରିଥିଲେ। ତେବେ ସେମାନେ ତାଙ୍କ ଚୁଟି ଘୋଷାଡ଼ି ଅସଦାଚରଣ କରିବା ସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହି ଘଟଣାରେ ତାଙ୍କ ଘର ମାଲିକ ସଂପୃକ୍ତ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର