ଭୁବନେଶ୍ବର: ନୂତନ ପେନ୍ସନ୍ ସ୍କିମ୍ ବାତିଲ କରି ପୁରାତନ ପେନସନ୍ ବ୍ୟବସ୍ଥା ସବୁ ବର୍ଗର ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ କରିବା, ବ୍ଲକ୍ ଗ୍ରାଣ୍ଟ ଓ ନୂତନ ଅନୁଦାନ ନୀତି ବାତିଲ୍ କରି ପୂର୍ଣ୍ଣ ପ୍ରତ୍ୟକ୍ଷ ଓ ଚାକିରି ସର୍ତ୍ତ ଲାଗୁ କରିବା ଆଦି ବିଭିନ୍ନ ଦାବି ନେଇ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ‘ଦାବି ଦିବସ’ ଉପଲକ୍ଷେ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।
ଏହି ଅବସରରେ ସଭାପତି ନିକୁଞ୍ଜ କିଶୋର ମହାନ୍ତି, ସମ୍ପାଦକ ଦୁଷ୍ମନ୍ତ ନାୟକ, ଯୁଗ୍ମ ସମ୍ପାଦକ ଉମାକାନ୍ତ ପାତ୍ର, ଅମୀୟ ମହାନ୍ତି, ବିଧୁଭୂଷଣ ପଟ୍ଟନାୟକ ପ୍ରମୁଖ ରାଜ୍ୟପାଳଙ୍କୁ ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ରାଜନୈତିକ ଦଳ ଓ ଟ୍ରେଡ୍ ୟୁନିୟନ୍ର କର୍ମକର୍ତ୍ତାମାନେ ସଂଘର ଏହି ଦାବିକୁ ସମର୍ଥନ କରି ଧାରଣା ଦେଇଥିଲେ।