ଭୁବନେଶ୍ୱର: ‘ଛେରା ପହଁରା’କୁ ‘ସ୍ୱଚ୍ଛ ଭାରତ ଅଭିଯାନ’ ସହ ଓ ‘ଗଜପତି ମହାରାଜ’ଙ୍କୁ ‘ଝାଡ଼ୁଦାର’ ସହ ତୁଳନା କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ତୀବ୍ର ନିନ୍ଦା କରିଛନ୍ତିି। ଏହାର ପ୍ରତିବାଦରେ ଶତାଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ଫାଟକ ସମ୍ମୁଖ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଣୀବିହାର ଛାତ୍ରସଂସଦର ପୂର୍ବତନ ସଭାପତି ରାଜେଶରାଜ ସ୍ୱାଇଁ, ମହେଶ ପ୍ରସାଦ, ଅମିତ୍ କୁମାର ଜେନା, ଗିରିଜା ଜେନା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ସହିଦନଗର ଥାନାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ବାଣୀବିହାର ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ
/sambad/media/post_attachments/wp-content/uploads/2018/07/m9-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)