ଭୁବନେଶ୍ବର : ବାର ବର୍ଷ ବିତିଗଲା। କିନ୍ତୁ ଲୋୟରପିଏମ୍ଜିରୁ ଜନତା ମଇଦାନକୁ ଉଠି ପାରିଲାନି ଆନ୍ଦୋଳନସ୍ଥଳ। ପ୍ରତ୍ୟେକ ଦିନ ଲୋୟର ପିଏମ୍ଜିରେ ବିକ୍ଷୋଭକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ହେଉଛି। ସାରା ରାଜ୍ୟର ବିଭିନ୍ନ ସ˚ଗଠନ ଏଠାକୁ ଆସି ଆନ୍ଦୋଳନ କରୁଛନ୍ତି। ବର୍ଷ ତମାମ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଲୋୟର ପିଏମ୍ଜି ଆନ୍ଦୋନକାରୀଙ୍କ କବ୍ଜାରେ ରହୁଛି। ଦିନ କାହିଁକି ରାତିବେଳା ମଧୢ ରାସ୍ତା ସିଲ୍। ଏହି କାରଣରୁ ଏବେ ରାଜଧାନୀବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଆନ୍ଦୋଳନକାରୀଙ୍କ ଭିଡ଼ ଯୋଗୁ ୫ ମିନିଟ୍ର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ଲାଗି ଯାଉଛି। ଆଜି ଏହି ଜାମ ଭିତରେ ଜଣେ ନିରୀହ ନାବାଳିକାର ଜୀବନ ମଧ୍ୟ ଚାଲି ଯାଇଛି। ଏତେ ସବୁ ସତ୍ତ୍ବେ ପୁଲିସ ବେଫିକର। ୨୦୦୫ରେ ବରିଷ୍ଠ ସାମ୍ବାଦିକ କେ ରବି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ରାଜ୍ୟ ସରକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା। ମାମଲା ରୁଜୁ ହେବାର ୧୩ ବର୍ଷ ବିତିଗଲାଣି। କିନ୍ତୁ ଏଯାଏ ଜନତା ମଇଦାନକୁ ଉଠି ପାରିଲାନି ଆନ୍ଦୋଳନସ୍ଥଳ।
‘ମାଷ୍ଟରକ୍ୟାଣ୍ଟିନ୍ ଛକରୁ ପିଏମ୍ଜି ଏକ ଆବାସିକ ଅଞ୍ଚଳ। ରାସ୍ତାର ଉଭୟ ପାର୍ଶ୍ବରେ ଭିଭିଆଇପି ବ୍ୟକ୍ତି ବିଶେଷଙ୍କ ସରକାରୀ ବାସଭବନ। ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଧିକ ସ˚ଗଠନ ଓ ରାଜନୈତିକ ଦଳ ପକ୍ଷରୁ ସେମାନଙ୍କ ଦାବି ପୂରଣ ପାଇଁ ଧାରଣାଠାରୁ ଆରମ୍ଭ କରି ଅନଶନ, ବିକ୍ଷୋଭ ଏହି ଠାରେ ହିଁ କରାଯାଉଛି। ଏହି କାରଣରୁ ଏଠାରେ ପ୍ରବଳ ଜନଗହଳି ସୃଷ୍ଟି ହେବା ସହିତ ଧ୍ବନି ଓ ବାୟୁ ପ୍ରଦୂଷଣ ବି ହେଉଛି। ବଡ଼ କଥା ହେଉଛି ଥରୁଟିଏ ଯଦି କେହି ସ୍ଥାନୀୟ ବାସିନ୍ଦା ଘରୁ ବାହାରକୁ ଯାଇଥାଏ, ଫେରି ପାରେ ନାହିଁ। ବିଧାନସଭା ସମୟରେ ପରିସ୍ଥିତି ସ˚ଗିନ ହୋଇ ପଡୁଛି। ମାନ୍ୟବର ହାଇକୋର୍ଟ ଏନେଇ ବିଚାର କରନ୍ତୁ। ଏବ˚ ରାଜଧାନୀର ଅନ୍ୟତ୍ର କେଉଁଠିକୁ ବିକ୍ଷୋଭସ୍ଥଳୀ ଉଠାଇ ନିଅନ୍ତୁ ବୋଲି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।
ଯାହା ସୂଚନା ମିଳିଛି, ପ୍ରଥମେ ଆଇଜି ପାର୍କ ନିକଟରେ ଆନ୍ଦୋଳନକାରୀ ବିକ୍ଷୋଭ କରୁଥିଲେ। କିନ୍ତୁ ପରବର୍ତୀ ସମୟରେ ପିଏମ୍ଜିରେ ବିକ୍ଷୋଭ କରାଯାଇଥିଲା। ପୂର୍ବରୁ କେବଳ ବିଧାନସଭା ସମୟରେ ପିଏମ୍ଜିରେ ବିକ୍ଷୋଭ, ଧାରଣା ଓ ଅନଶନ ଅନୁଷ୍ଠିତ ହେଉଥିଲା। କିନ୍ତୁ ପରେ ବିଧାନସଭା ଚାଲୁ ନ ଥିବା ସମୟରେ ମଧୢ ରୢାଲି, ଧାରଣା, ବିକ୍ଷୋଭ ଆରମ୍ଭ ହୋଇଗଲା। ଏବେ ଦୈନିକ ଏପରିକି ସରକାରୀ ଛୁଟିଦିନରେ ମଧୢ ପିଏମଜିରେ ରୢାଲି ଧାରଣା ଅନୁଷ୍ଠିତ ହେଉଛି। ବର୍ଷ ବର୍ଷ ଧରି ଦାବି ପୂରଣ ଲାଗି ପିଏମ୍ଜି ତମ୍ବୁ ଲଗାଇ ବିଭିନ୍ନ ସ˚ଗଠନ ବସି ରହୁଛନ୍ତି। ପୁଲିସ ମଧୢ ସେମାନଙ୍କୁ ଦିନ ରାତି ଜଗି ବସୁଛି।
ହାଇକୋର୍ଟରେ ଚାଲିଥିବା ଜନସ୍ବାର୍ଥ ମାମଲାର ପକ୍ଷ ରଖି ରାଜ୍ୟ ସରକାର କହିଥିଲେ ପିଏମ୍ଜିରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହେବ ନାହିଁ। ୟୁନିଟ-୩ ଠାରେ ଥିବା ପ୍ରଦର୍ଶନୀ ପଡ଼ିଆରେ ବିକ୍ଷୋଭ, ରାଲି ଓ ଧାରଣା ଦିଆଯିବ। କିନ୍ତୁ ଇଡକୋ କତୃର୍ପକ୍ଷ ପ୍ରଦର୍ଶନୀ ପଡ଼ିଆକୁ ଆନ୍ଦୋଳନସ୍ଥଳ ପାଇଁ ଅନୁମତି ପ୍ରଦାନ କରି ନ ଥିଲେ। ଜନତା ମଇଦାନକୁ ବାଛି ଥିଲେ ରାଜ୍ୟ ସରକାର। କିନ୍ତୁ ଆନ୍ଦୋଳନକାରୀ ରାଜି ହେଲେ ନାହିଁ। ପୁଲିସ ମଧୢ ପଛଘୁଞ୍ଚା ଦେଇଥିଲା। ଶେଷରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ପକ୍ଷ ରଖି କହିଲେ, ହଜାେରରୁ ଅଧିକ ଆନ୍ଦୋଳନକାରୀ ହେଲେ ସେହି ସ˚ଗଠନଗୁଡ଼ିକ ଜନତା ମଇଦାନକୁ ପଠାଇ ଦିଆଯିବ ଏବ˚ ଏଠାରେ ପିଏମ୍ଜିରୁ ଖସାଇ ଲୋୟର ପିଏମ୍ଜିକୁ ଆନ୍ଦୋଳନସ୍ଥଳ ଘୁଞ୍ଚାଯିବ। ତେବେ ଏଭଳି ନିୟମ କାଗଜପତ୍ରରେ ହିଁ ରହି ଯାଇଛି। ଦିନୁଟିଏ ବି ଗୋଟିଏ ହେଲେ ସ˚ଗଠନ ଜନତା ମଇଦାନକୁ ଆନ୍ଦୋଳନ କରିବାକୁ ଯାଇନାହାନ୍ତି।