ଲଖିମପୁରରେ ବିକ୍ଷୋଭରତ ଚାଷୀ ହତ୍ୟାର ପ୍ରତିବାଦ: ରାଜଭବନ ଆଗରେ ପିସିସିର ମୌନବ୍ରତ

ଭୁବନେଶ୍ବର: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଉତ୍ତରପ୍ରଦେଶର ଲଖିମପୁରଠାରେ ବିକ୍ଷୋଭରତ ଚାଷୀଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ଛକଠାରେ ମୌନବ୍ରତ ପ୍ରତିବାଦ କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବହୁ କଂଗ୍ରେସ କର୍ମୀ ଏଥିରେ ଯୋଗଦେଇ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ମୌନ ରହି ପ୍ରତିବାଦ ଜଣାଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷକମାନେ ଦେଶର ଅନ୍ନଦାତା। ସେମାନଙ୍କୁ ଯେଭଳି ନିଷ୍ଠୁର ଭାବେ ହତ୍ୟା କରାଗଲା, ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ଦିଅନ୍ତୁ। କଂଗ୍ରେସ ସର୍ବଦା ଅନ୍ନଦାତାମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଓ ଆଜି ମଧ୍ୟ ସେମାନଙ୍କ ପଛରେ ଦୃଢ଼ ଭାବେ ଛିଡ଼ା ହୋଇଛି। ଯେପର୍ଯ୍ୟନ୍ତ ଏହି ଆଇନ ସରକାର ପ୍ରତ୍ୟାହାର କରିନାହାନ୍ତି, ସେ ପର୍ଯ୍ୟନ୍ତ କଂଗ୍ରେସ ତାର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବିଧାୟକ ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ନକୁଳ ନାୟକ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, କିଶୋର ଜେନା, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅନୁଲେଖା ବୋଷା, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଅମିୟ ପଟ୍ଟନାୟକ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ନାରାୟଣ ଜେନା, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ୟାସିର ନୱାଜ, ଲିଙ୍ଗରାଜ ସାହୁ, ସୁରେନ୍ଦ୍ର ନାଥ କର, ବିସ୍ମୟ ମହାପାତ୍ର, ପ୍ରଶାନ୍ତ ଶତପଥୀ, ଅମିୟ ପାଣ୍ଡବ, ନାସିର ଅହମ୍ମଦ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ପ୍ରଣତି ମିଶ୍ର, ଶ୍ରୀୟାସ୍ମତା ପଣ୍ଡା, ସଂକୁନା କହଁର, କୁସୁମ ପ୍ରଧାନ, ମୋହନ ଜେନା, ଶମ୍ଭୁ ପାଣିଗ୍ରାହୀ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ଦେବୀପ୍ରସାଦ ବାହାଲିଆ ପ୍ରମୁଖଙ୍କ ସମତେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର