ଭୁବନେଶ୍ୱର: ରାଜଧାନୀର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ବିରୋଧରେ ଆଜି ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସ୍ଥାନୀୟ ବିଏମ୍ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଗତ ଛଅ ବର୍ଷ ମଧ୍ୟରେ ଭୁବନେଶ୍ବରରେ ୬ଜଣଙ୍କ ଜୀବନ ଗଲାଣି। ବମିଖାଲ, ରସୁଲଗଡ଼, ଇସ୍କନ ଆଦି ଅଞ୍ଚଳରେ ଅଳ୍ପ ବର୍ଷାରେ ମୁଖ୍ୟରାସ୍ତା ଉପରେ ଜଳ ସ୍ରୋତ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ହୋଇଯିବା ନିୟମିତ ଘଟଣାରେ ପରିଣତ ହେଲାଣି। ବସ୍ତି ଅଞ୍ଚଳରେ ଓ ଭୁବନେଶ୍ୱର ଚାରିପାଖ ଅଞ୍ଚଳରେ ନୂଆକରି ସୃଷ୍ଟି ହୋଇଥିବା ଆବାସିକ ଅଞ୍ଚଳମାନଙ୍କରେ ମଧ୍ୟ ସମାନ ଅବସ୍ଥା। ତେଣୁ ଭୁବନେଶ୍ୱରର ସମଗ୍ର ଅଞ୍ଚଳକୁ ଡ୍ରେନେଜ ବ୍ୟବସ୍ଥାର ସମ୍ପ୍ରସାରଣ କରିବା, ସବୁ ଡ୍ରେନରେ ଢାଙ୍କୁଣି ପକାଇବା, ପୁରୁଣା ଡ୍ରେନଗୁଡିକର ମରାମତି କରିବା, ଡ୍ରେନଗୁଡିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ କରିବାକୁ ଆବଶ୍ୟକ ମୁତାବକ ସ୍ଥାୟୀ କର୍ମଚାରୀ ନିଯୁକ୍ତ କରିବା, ଜାତୀୟ ରାଜପଥର ଯେଉଁ ଅଞ୍ଚଳରେ ଜଳ ନିସ୍କାସନର ବାଟ ଅବରୋଧ ହୋଇଛି ସେସବୁ ସ୍ଥାନରେ ଅବିଳମ୍ବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍କାସନର ଦ୍ୱାର ଖୋଲନ୍ତୁ ଓ ଏହାକୁ ମୁଖ୍ୟ ଡ୍ରେନ୍ ସହିତ ସଂଯୋଗ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ)ର ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମା, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ବିଜ୍ଞାନ ବେହେରା, ନସିମ ସରକାର, ସ୍ୱସ୍ତି ସଙ୍ଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ସୁନିତା ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ।
ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ବିରୋଧରେ ବିକ୍ଷୋଭ
/sambad/media/post_attachments/wp-content/uploads/2021/10/54h65s4h65sf465hsfhfsfhfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)