ପ୍ରାଦେଶିକ ସମ୍ପାଦକ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ବର: ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଦ୍ବାରା ପରିଚାଳିତ ଶିଶୁ ବିକାଶ ବିଦ୍ୟା ମନ୍ଦିରଗୁଡ଼ିକର ସମ୍ପାଦକମାନଙ୍କୁ ନେଇ କସ୍ତୁରବା ଶିକ୍ଷାଶ୍ରମ ବିଦ୍ୟାମନ୍ଦିର ପରିସରରେ ପ୍ରାଦେଶିକ ସମ୍ପାଦକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ସୁଧାନିଧି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରାଦୀପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ମୋହନ ମିଶ୍ର, ପ୍ରଜ୍ଞା ଯୋଗ ଭୁବନେଶ୍ବରର ବିଶ୍ବରଞ୍ଜନ ରଥ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ପଶ୍ଚିମ ସଂଭାଗର ନିରୀକ୍ଷକ ଦିଗମ୍ବର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରତିଷ୍ଠାନର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଚଳିତଶିକ୍ଷାବର୍ଷର ବାର୍ଷିକ କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ବାହାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଉପରେ ସଂଗଠନ ସମ୍ପାଦକ ଦୁର୍ଗା ପ୍ରସାଦ ମହାନ୍ତି ମତ ରଖିଥିଲେ। ସରକାରଙ୍କର ନୂତନ ଶିକ୍ଷାନୀତି, ୨୫% ପିଲାମାନଙ୍କୁ ମାଗଣା ଶିକ୍ଷା ଦାନ, ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟରେ ପାଠାଗାର, ଶିଶୁ ବିକାଶ ସେବା ସଂଗଠନ, ବିଜ୍ଞାନ ଉପକରଣ, କ୍ରୀଡ଼ା ଓ ଘୋଷ ସରଞ୍ଜାମ ସ୍ଥାପନ ସହ ଯୋଗ ଓ ନୈତିକ ଶିକ୍ଷା ବାଧ୍ୟତାମୂଳକ କରାଯିବା ପାଇଁ କର୍ମଶାଳାରେ ନିଷ୍ପତ୍ତି ନିଆଯାଇଥିଲା। ଉତ୍ତର ସଂଭାଗର ସମ୍ପାଦକ ଜିତେନ୍ଦ୍ର ପ୍ରହରାଜ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର