ଭୁବନେଶ୍ୱର: ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ଲାୟନ୍ସ କ୍ଲବ ଚକ୍ଷୁ ଚିକିତ୍ସାଳୟକୁ ୧୪ସିଟ୍ ବିଶିଷ୍ଟ ଏକ ଚକ୍ଷୁରୋଗୀ ବାହକ ଯାନ ପ୍ରଦାନ କରାଯାଇଛି। ଷ୍ଟେଟ୍ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଲୋକ କୁମାର ଚୌଧୁରୀ ଉଚ୍ଚପଦସ୍ଥ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ଗାଡ଼ିକୁ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଧୀରେନ ଧଳଙ୍କୁ ପ୍ରଦାନ କରିଥିଲେ।
ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଦୀର୍ଘ ୧୯ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚକ୍ଷୁ ପରୀକ୍ଷା ଏବଂ ଚକ୍ଷୁ ସର୍ଜରି କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରୁଥିବାରୁ ଏହି ଯାନ ପ୍ରଦାନ କରାଯାଇଛି। ଉତ୍ସବରେ କ୍ଲବର ସଭାପତି ଶରତ ପରିଡ଼ା, ସମ୍ପାଦକ ପ୍ରଶାନ୍ତ ପରିଡ଼ା, ସଞ୍ଜୟ କୁମାର, ଅଶୋକ ଅଗ୍ରୱାଲ, ରାମପ୍ରସାଦ ପାତ୍ର, ସିଦ୍ଧାର୍ଥ ମହାନ୍ତି, ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ।