ସ୍ଥାୟୀ ନିଯୁକ୍ତି ଦାବିରେ ପିଟିଜିଆଇଙ୍କ ବିକ୍ଷୋଭ

ଭୁବନେଶ୍ୱର : ଓଡ଼ିଶାରେ ଥିବା ସମସ୍ତ ସରକାରୀ ଶିଳ୍ପ ତାଲିମ୍‌ କେନ୍ଦ୍ର(ଆଇଟିଆଇ)ରେ ଫୁଲ୍‌ ଟାଇମ୍‌ ରୂପେ କାର୍ଯ୍ୟରତ ପାର୍ଟ ଟାଇମ୍‌ ଗେଷ୍ଟ୍‍ ଇନ୍‌ଷ୍ଟ୍ରକ୍ଟର(ପିଟିଜିଆଇ)ଙ୍କୁ ସ୍ଥାୟୀ ନିଯୁକ୍ତିି ପ୍ରତିଶ୍ରୁତି ଦେଇ ସରକାର ପାଳନ କରୁନଥିବାରୁ ଆଜି ଲୋୟର ପିଏମ୍‌ରେ ପିଟିଜିଆଇ ସଂଘ ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିକ୍ଷୋଭକାରୀମାନେ ପାନ ବିକ୍ରି କରି ଏବଂ ସାଇକେଲ ମରାମତି କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ।

କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାରଣା କହିଛନ୍ତି, ୨୦୧୬ ଫେବ୍ରୁଆରି ମାସରେ ବିଧାନସଭାରେ ପିଟିଜିଆଇଙ୍କ ସରକାରୀ ନିଯୁକ୍ତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏ ସମ୍ପର୍କରେ କମିଟି ଗଠନ କରାଯିବା ସହ ପିଟିଜିଆଇଙ୍କ ଦାବିର ତର୍ଜମା କରାଯିବ ବୋଲି କହିଥିଲେ।

ଏଥିନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା। କମିଟି ୨୦୧୬ ଅଗଷ୍ଟ ମାାସରେ ପିଟିଜିଆଇ କର୍ମକର୍ତାଙ୍କୁ ଆଲୋଚନା ପାଇଁ ଡକାଇଥିଲେ। ଇତିମଧ୍ୟରେ କମିଟି ଗଠନକୁ ପାଖାପାଖି ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ସରକାର ପିଟିଜିଆଇଙ୍କ ଦାବି ପୂରଣ କଲେ ନାହିଁ। ପିଟିଜିଆଇମାନଙ୍କ ପ୍ରତି ସରକାରଙ୍କର ଏହା ବୈକାତୃକ ମନୋଭାବ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘର ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର