ଭୁବନେଶ୍ବର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦେଶବ୍ୟାପୀ ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସ୍ବିଆଇର ଡିଜିଟାଲ୍ ଆଣ୍ଡ୍ ଟ୍ରାନଜାକ୍ସନ ବ୍ୟାଙ୍କିଙ୍ଗ୍ ଉପ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେI
ମୁଖ୍ୟବକ୍ତା ଭାବେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ପୂର୍ବତନ ଉପ ମହାପ୍ରବନ୍ଧକ ମିହିର କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହାବ୍ୟତୀତ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ସତ୍ୟବାନ ବେହେରା, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହାୟକ ମହାପ୍ରବନ୍ଧକ ବିବେକାନନ୍ଦ ଷଡ଼ଙ୍ଗୀ ଏବଂ ୟୁକୋ ବ୍ୟାଙ୍କ ସହାୟକ ମହାପ୍ରବନ୍ଧକ ଦୀପ୍ତି ସେନାପତି ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଏବଂ ଗ୍ରାହକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଅହେତୁକ ଏବଂ ଅବୈଧ ଅନ୍ଲାଇନ୍ ଫ୍ରଡ୍ ଟ୍ରାନଜାକ୍ସନରେ କିପରି ସତର୍କତା ଅବଲମ୍ବନ କରାଯାଇପାରିବ ସେ ବିଷୟରେ ସୂଚନା ଦିଆଯାଇଥିଲା। ଶେଷରେ କାର୍ଯ୍ୟକ୍ରମର ଆୟୋଜକ ୟୁନିୟନ୍ ବ୍ୟାଙ୍କ ନୂଆପଲ୍ଲୀ ଶାଖାର ମୁଖ୍ୟ ପ୍ରବନ୍ଧକ ଏବଂ ଡିଷ୍ଟ୍ରିକ୍ଟ କୋ-ଅର୍ଡିନେଟର ପ୍ରଭାକର ସେଠୀ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/83-1.jpg)