ଖଣ୍ଡଗିରି: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ଗଣ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୱାର୍ଡ ୫୦ ଅନ୍ତର୍ଗତ ବରମୁଣ୍ଡା ଅଞ୍ଚଳରେ ଆୟୋଜିତ ଏହି ସଫେଇରେ ଡାଳ କାଟିବା, ଲାଇଟ୍ ମରାମତି, ମଶା ଲାର୍ଭା ନଷ୍ଟ କରିବା ସହ ବଣବୁଦା ସଫା କରାଯାଇଛି। ମେୟର ସୁଲୋଚନା ଦାସ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ରାମଚନ୍ଦ୍ର ରଣସିଂହ, ଦୀପକ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ମେୟର୍ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମରେ ବରମୁଣ୍ଡା ଅଞ୍ଚଳର ଆପିକଲ୍ ଛକଠାରୁ ନୀଳକଣ୍ଠେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱରଠାରୁ ସିଦ୍ଧିବିହାର ଜଙ୍କସନ, ନୀଳକଣ୍ଠେଶ୍ୱରଠାରୁ ନରୁଲା ସୁଇଟ୍ସ, ଆପିକଲ ଛକରୁ ରମାମଣୀ ପେଟ୍ରୋଲ ପମ୍ପ ଭଳି ଚାରିଟି ରାସ୍ତାକୁ ସମ୍ପୂର୍ଣ୍ଣ ସଫା କରାଯାଇଛି। କମିସନର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ରବିବାର ଆୟୋଜନ କରାଯିବ। ଆଜିର କାର୍ଯ୍ୟକ୍ରମରେ ୨ ଶହରୁ ଅଧିକ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଜାଗୃତି, ବିକାଶ ସଙ୍ଗଠନ କର୍ମୀ, ଟିମ୍ ବିଏମ୍ସି ମିଳିତ ପ୍ରୟାସ କରିଥିଲେ। ଅତିରିକ୍ତ କମିସନର ରତ୍ନାକର ସାହୁ ଓ କୈଳାଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡେପୁଟି କମିସନର କାଜଲ ପ୍ରଧାନ ଓ ସୁଶ୍ରୀ ରଶ୍ମି ଅମାତ ସହଯୋଗ କରିଥିଲେ।
ବିଏମସି ପକ୍ଷରୁ ଗଣ ସଫେଇ
ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ଗଣ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୱାର୍ଡ ୫୦ ଅନ୍ତର୍ଗତ ବରମୁଣ୍ଡା ଅଞ୍ଚଳରେ ଆୟୋଜିତ ଏହି ସଫେଇରେ ଡାଳ କାଟିବା, ଲାଇଟ୍ ମରାମତି, ମଶା ଲାର୍ଭା ନଷ୍ଟ କରିବା ସହ ବଣବୁଦା...
/sambad/media/media_files/2025/08/11/untitled-12-2025-08-11-06-40-22.jpg)
/sambad/media/agency_attachments/2024-07-24t043029592z-sambad-original.webp)