ରାଜଧାନୀର ୱାର୍ଡ ୪୬ ଓ ୪୭ରେ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଶେଷ ହୋଇଛି। ଶେଷ ଦିନରେ ୱାର୍ଡ-୪୬ର କର୍ପୋରେଟର ପୁଷ୍ପା ରାଉତଙ୍କ ନେତୃତ୍ବରେ ୟୁନିଟ-୬ସ୍ଥିତ ବନଦୁର୍ଗା ମନ୍ଦିର ନିକଟରୁ ପଦଯାତ୍ରା ବାହାରି ୟୁନିଟ-୭ ଦୁର୍ଗାପୂଜା ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ସେହିପରି ୱାର୍ଡ-୪୭ରେ କର୍ପୋରେଟର ସମିତା ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ପଦଯାତ୍ରା ଗୋପବନ୍ଧୁ ସ୍ମୃତି ସଂସଦ ନିକଟରୁ ବାହାରି ୟୁନିଟ-୮ ଅଞ୍ଚଳ ପରିକ୍ରମା କରିଥିଲା।

ଏହି ଦୁଇଟି ପଦଯାତ୍ରାରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଏହାସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ବିଏମ୍‌ସି ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଅଲିଅଳି ମଲ୍ଲିକ, ରଞ୍ଜୁଲତା ରାୟ, ଆଶିଷ ପଟ୍ଟନା‌ୟକ, ଭରତ ଲେଙ୍କା, ରାଜକିଶୋର ଦାସ, ଶ୍ରୀଧର ବେହେରା, ପଦ୍ମଜା ପ୍ରିୟଦର୍ଶନୀ ଜେନା, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ବିଜୁ ଯୁବ ଜନତା ରାଜ୍ୟ ଉପସଭାପତି ଦିଲ୍ଲୀପ ସେନାପତି, ଭୁବନେଶ୍ୱର ମଧ୍ୟ ଛାତ୍ର ସଭାପତି ଶକ୍ତି ପ୍ରକାଶ ପତି, କ୍ରିକେଟ ପ୍ରଶିକ୍ଷକ କ୍ଷୀରୋଦ ବେହେରା, ସମରେନ୍ଦ୍ର ଜେନା, ମଧୁସୂଦନ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର