ପୁସ୍ତକ ଅସ୍ତରବି ଉନ୍ମୋଚିତ

ଭୁବନେଶ୍ୱର: ‌କେନ୍ଦ୍ରାପଡ଼ା କରଣ ସମାଜର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ରବୀନ୍ଦ୍ରନାଥ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ସ୍ମୃତି ପୁସ୍ତକ ‘ଅସ୍ତରବି’ ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଲେଖକ ଭାଗବତ ପ୍ରସାଦ ମହାନ୍ତିଙ୍କ କରକମଳରେ ଗତକାଲି ନୟାପଲ୍ଲୀ ବ୍ରିଟ୍‌ କଲୋନିଠାରେ ଏକ ନିରାଡ଼ମ୍ବର ଉତ୍ସବରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନ ଅବସରରେ ଡାକ୍ତର ବିଶ୍ବପ୍ରକାଶ କାନୁନଗୋ, ଡାକ୍ତର ଅଲେଖ ଚନ୍ଦ୍ର ଦାସ, ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ତଥା ବିଶିଷ୍ଟ କବି ନିରାକାର ଦାସ, ସମାଜସେବୀ ରଣଧୀର ଜେନା, ଗୁରୁପ୍ରସାଦ ମହାନ୍ତି, ସାରଦାକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ପୁସ୍ତକର ପ୍ରକାଶକ ଓ ସଂପାଦକ ପ୍ରଦୀପ କୁମାର ମହାନ୍ତି ‘ଅସ୍ତରବି’ ଉପରେ ଆଲୋକପାତ କରିଥିଲେ। ସୋୟମ୍‌ଭୁବ ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୋଲେଖ ଚନ୍ଦ୍ର ପଢ଼ିଆରି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର