ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଓ ସର୍ବବୃହତ୍ତ ପ୍ରକାଶନ ସଂଘ ‘ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ (ୟୁପିବିଏ)ର ଏକ ପ୍ରତିନିଧି ଦଳ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟି ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପୁସ୍ତକମେଳା ‘ଅକ୍ଷର’ ସଂକ୍ରାନ୍ତରେ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସଙ୍କୁ ଭେଟି ପ୍ରତିନିଧି ମଣ୍ଡଳୀ ପାଞ୍ଚଦଫା ପରାମର୍ଶ ସମ୍ବଳିତ ଏକ ପତ୍ର ପ୍ରଦାନ କରିଥିଲେ। ଏ ଅବସରରେ ମେଳା ଆୟୋଜନରେ ନାନାଦି ସଂସ୍କାର ଓ ପ୍ରକାଶକମାନଙ୍କ ସକ୍ରିୟ ସଂପୃକ୍ତି ଆଦି ବିଭିନ୍ନ ପ୍ରସଙ୍ଗରେ ନିର୍ଦେଶକଙ୍କ ସହ ଆଲୋଚନା ହୋଇଥିଲା।
ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ଭବନ ପରିସରରେ ଏହି ଆଲୋଚନା ବେଳେ ୟୁପିବିଏର କାର୍ଯ୍ୟକାରୀ ପରିଷଦର କର୍ମକର୍ତା ତଥା ଅପୂର୍ବା ପ୍ରକାଶନୀର କ୍ଷୀରୋଦ ପତି, ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ, ଲେଖାଲେଖିର ପ୍ରଦୀପ୍ତ ବେହୁରା, ଟାଇମ୍ ପାସ୍ର ସରୋଜ ବଳ ଓ ପେନ୍ ଇନ୍ ବୁକ୍ସର ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।