ଭୁବନେଶ୍ୱର: ମାଆ ଦୁର୍ଗାଙ୍କ ମହାନବମୀ ପୂଜା ପାଇଁ ମଣ୍ଡପରେ ଭିଡ଼

ଭୁବନେଶ୍ୱର: ଆଜି ପବିତ୍ର ମହାନବମୀ। ରାଜଧାନୀ ଭୁବନେଶ୍ୱରର ଦେବୀପୀଠଗୁଡ଼ିକରେ ଆରମ୍ଭ ହୋଇ ଯାଇଛିି ଜଗଦଜ୍ଜନନୀ ମା ଭଗବତୀ ଦୁର୍ଗାଙ୍କ ନବମୀ ପୂଜାର୍ଚ୍ଚନା। ପାରମ୍ପରିକ ରୀତିନୀତିରେ ସମସ୍ତ ପୂଜାମଣ୍ଡପରେ ଦୁର୍ଗତିନାଶିସିନୀ ମା ଦୁର୍ଗାଙ୍କୁ ବିଧିମୂତାବକ ପୂଜା କରାଯାଉଛିି। ବେଦଜ୍ଞ ବ୍ରାହ୍ମଣମାନଙ୍କ ମନ୍ତ୍ରୋଚାରଣ ସହିତ ପୂଜାପଣ୍ଡପଗୁଡ଼ିକରେ ହୋମଯଜ୍ଞମାନ ଆୟୋଜିତ ହୋଇଛି।ଏଥିପାଇଁ ଆଜି ସକାଳୁ ପୂଜାମଣ୍ଡପଗୁଡ଼ିକାରେ ଭକ୍ତମାନଙ୍କ ଗହଳି ଦେଖାଦେଇଛି। ଆଉ ମାତ୍ର ଦିନକ ପରେ ମାଆଙ୍କ ମହିଷାମର୍ଦ୍ଦିନୀ ରୁପ ଦର୍ଶନ ପାଇଁ ଭକ୍ତମାନଙ୍କୁ ପୁଣି ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭକ୍ତମାନେ ଏହାର ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି। ସେହିପରି ପାଗ ମଧ୍ୟ ବେଶ ଅନୁକୂଳ ହୋଇଛି।
ଆଜି ସକାଳୁ ଭୁବନେଶ୍ୱରର ପଳାଶୁଣି, ରସୁଲଗଡ଼, ସହିଦନଗର, ନୂଆପଲ୍ଲୀ, ବରମୁଣ୍ଡା, ଆଇଗିଣିଆ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଝାରପଡ଼ା, ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଡିଷ୍ଟ୍ରକ୍ଟ ସେଣ୍ଟର, ଡମଣା ଆଦି ପୂଜାମଣ୍ଡପଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି ନବମୀ ପାଇଁ ମାଆଙ୍କ ପାଖରେ ହେଉଥିବା ବିଶେଷ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ପୂଜାମଣ୍ଡପ ନିକଟରେ ଭିଡ଼ ଜମାଇଛନ୍ତି।
ଗତକାଲି ମଧ୍ୟ ମହାଷ୍ଟମୀ ପାଇଁ ପ୍ରବଳ ଭିଡ଼ ହୋଇଥିଲାା ବିଶେଷ କରି ସନ୍ଧ୍ୟା ସମୟରେ ଏତେ ଭିଡ଼ ହୋଇଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ବିଭିନ୍ନ ପୂଜାମଣ୍ଡପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ମଧ୍ୟ ସନ୍ଧ୍ୟାରେ ପ୍ରବଳ ଭିଡ଼ ହୋଇଥିଲା।

ସମ୍ବନ୍ଧିତ ଖବର