୩୧ରୁ ପଲ୍‌ସ ପୋଲିଓ

ୟୁନିଟ୍‌-୪ରେ ହେବ ଉଦ୍‌ଘାଟନ

ଭୁବନେଶ୍ବର : କରୋନା ଟିକାକରଣ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରେ ଆରମ୍ଭ ହେବ। ଜ‌ାନୁଆରି ୩୧ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଲିଓ ବୁନ୍ଦା ଦିଆଯିବ। ୟୁନିଟ୍‌-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କୋଭିଡ ପ୍ରୋଟୋକଲ ଅନୁଯାୟୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ କରିବା ଲାଗି କୁହାଯାଇଛି। ଚଳିତମାସ ୧୬ତାରିଖରେ ୩ଦିନ ଲାଗି ପୋଲିଓ କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର କରୋନା ଟିକାକରଣ ପାଇଁ ଏହାକୁ ୩୧ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର